ଭୁବନେଶ୍ୱର: ୟୁନିଟ ୯ ସ୍ଥିତ ଏକ ସରକାରୀ କ୍ୱାଟରରୁ କବାଟ ଭାଙ୍ଗି ଚୋରି

25

କନକ ବ୍ୟୁରୋ : ଭୁବନେଶ୍ୱରର ୟୁନିଟ ୯ ସ୍ଥିତ ଏକ ସରକାରୀ କ୍ୱାଟରରୁ କବାଟ ଏବଂ ଗ୍ରୀଲତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । କ୍ୱାଟର ନଂ ଆରବି ୨/୬ ରେ ରହୁଥିବା ବ୍ରହ୍ମାନନ୍ଦ ଦତ୍ତ ଏବଂ ତାଙ୍କ ପରିବାରବର୍ଗ ଘରେ ନଥିବା ବେଳେ ଏହି ଘଟଣା ଘଟିଛି । ଷ୍ଟିଲ ଆଲମାରିରୁ ୨ ଲକ୍ଷରୁ ଅଧିକ ନଗଦ ଟଙ୍କା ଏବଂ ଅଳଙ୍କାର ପତ୍ର ଚୋରି ହୋଇଥିବା ଜଣାପଡିଛି । ତେବେ ଖାରବେଳନଗର ଥାନାରେ ଏହାକୁ ନେଇ ଅଭିଯୋଗ ହୋଇଛି ।