ବିରୋଧ ସତ୍ୱେ ଫଳକ ଉଦଘାଟନ କଲେ ବୈଜୟନ୍ତ ପଣ୍ଡା ! ମାହାଙ୍ଗାରେ ବିରୋଧୀଙ୍କ ଢେଲା, ଅଣ୍ଡା ଓ ଚପଲ ମାଡ଼

32

କନକ ବ୍ୟୁରୋ: ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡାରେ ବିରୋଧ ସତ୍ୱେ ଉଦଘାଟନ ଉତ୍ସବରେ ସାମିଲ ହେଲେ ସାଂସଦ ବୈଜୟନ୍ତ ଜୟ ପଣ୍ଡା । ଶହଶହ ସମର୍ଥକ ଓ ପୁଲିସର କଡ଼ା ପହରା ଭିତରେ ପାଣି ଟାଙ୍କି ଉଦଘାଟନ କରିଛନ୍ତି ସାଂସଦ । ହେଲିକପ୍ଟରରୁ ଓହ୍ଲାଇ ସମର୍ଥକଙ୍କ ଭିଡ଼ ଭିତରେ ବିରୋଧୀଙ୍କୁ ଡେଇଁ ଉଦଘାଟନୀ ସ୍ଥଳରେ ପହଂଚିଥିଲେ ସାଂସଦ ବୈଜୟନ୍ତ ପଣ୍ଡା ।

ତେବେ ମାହାଙ୍ଗା ନିର୍ବାଚନୀ ମଣ୍ଡଳୀ ଜାତିପାରିଲୋ ଗାଁରେ ସାଂସଦ ପାଣ୍ଠିରୁ ନିର୍ମିତ ଓଭର ହେଡ୍ ପାଣି ଟାଙ୍କିକୁ ଉଦଘାଟନ କରିଛନ୍ତି ସାଂସଦ ବୈଜୟନ୍ତ । ହେଲେ ଅଂଚଳରେ ତାଙ୍କୁ ପୁରାଇଦେବେ ନାହିଁ ବୋଲି ଜିଦ୍ ଧରି ବସିଥିବା ବିଜେଡି କର୍ମୀ ବୈଜୟନ୍ତଙ୍କ ଉପରକୁ ଅଣ୍ଡା, ଚପଲ ଓ ଢେଲା ମାଡ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –