ଉତ୍ତମ ନିଦ୍ରା ପାଇଁ ଉପଯୁକ୍ତ ଖାଦ୍ୟପେୟ ଓ ଜୀବନଶୈଳୀ ଜରୁରୀ . . . . . .

47

ସୁସ୍ଥ ମନ, ଦେହ ଓ ଜୀବନ ପାଇଁ ଭଲ ନିଦ ତଥା ସୁନିଦ୍ରା ଅତ୍ୟନ୍ତ ଜରୁରୀ । ପ୍ରତି ଦିନ ଛଅରୁ ଆଠ ଘଣ୍ଟା ଶୋଇବା ଜରୁରୀ । ଏକ ମାସରୁ ଅଧିକ ସମୟ ଠିକରେ ନିଦ ନହେବା ଅନିଦ୍ରା ରୋଗର ଲକ୍ଷଣ ହୋଇପାରେ । ଅନିଦ୍ରା ଲାଗି ରହିଲେ କ୍ଳାନ୍ତ ଲାଗେ, ଦିନରେ ନିଦ ଲାଗେ, ସିଦ୍ଧାନ୍ତ ନେବାରେ କଷ୍ଟ ହୁଏ ।

ଏପରି ହେବାଦ୍ୱାରା ଉଚ୍ଚ ରକ୍ତଚାପ, ମଧୁମେହ, ଓଜନ ବୃଦ୍ଧି ଆରମ୍ଭ ହୁଏ । ଅବସାଦ, ଉଦବେଗ ଆଦି ମାନସିକ ରୋଗରେ ପୀଡ଼ିତ ହେବାର ଆଶଙ୍କା ବଢ଼େ । ଅନିଦ୍ରା ଦୂର ପାଇଁ ଦୈନନ୍ଦିନ ଜୀବନଶୈଳୀ ସହ ଖାଦ୍ୟପେୟରେ ନିୟନ୍ତ୍ରଣ ଆଣିବା ଜରୁରୀ ।

-ବିଳମ୍ବରେ ଭୋଜନ କରନ୍ତୁନାହିଁ । ପ୍ରତି ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ରାତ୍ରିଭୋଜନ ଶେଷ କରନ୍ତୁ । ରାତି ଖାଇବା ଓ ଶୋଇବା ସମୟ ମଧ୍ୟରେ ଅତି କମରେ ଦୁଇରୁ ତିନି ଘଣ୍ଟା ବ୍ୟବଧାନ ରଖନ୍ତୁ ।

-ରାତିରେ ଅଧିକ କିଂବା କମ୍‌ ଖାଦ୍ୟ ଖାଇଲେ ଭଲ ନିଦ ହୁଏନାହିଁ । ଅଧିକ ତେଲ, ମସଲା, ଛଣା ଖାଦ୍ୟ ଖାଆନ୍ତୁନାହିଁ । ଶର୍କରାଯୁକ୍ତ ଖାଦ୍ୟ, ଆଇସକ୍ରିମ, ବିସ୍କୁଟ୍‌ ଆଦି ଖାଆନ୍ତୁନାହିଁ । ଏହା ଦ୍ୱାରା ହଜମ ସମସ୍ୟା ବଢ଼େ ଓ ନିଦ୍ରା ପ୍ରଭାବିତ ହୁଏ ।

-ରାତ୍ରି ଭୋଜନରେ ରୁଟି, ସବୁଜ ପନିପରିବା, ଫଳ ସାମିଲ କରନ୍ତୁ । ଏଗୁଡ଼ିକରେ ମାଗ୍ନେସିଅମ୍‌, ପଟାସିଅମ୍‌ ଓ କ୍ୟାଲସିଅମ୍‌ ମାତ୍ରା ଅଧିକ ଥିବାରୁ ତାହା ଉତ୍ତମ ନିଦ୍ରା ପାଇଁ ଲାଭଦାୟକ ଅଟେ ।

-ଶୋଇବା ପୂର୍ବରୁ ଉଷୁମ ଖିରରେ ମହୁ ମିଶାଇ ସେବନ କରନ୍ତୁ । ଏହା ଦ୍ୱାରା ମସ୍ତିଷ୍କରେ ମେଲାଟୋନିନ୍‌ ପରିମାଣ ବଢ଼େ ଓ ସୁନିଦ୍ରା ହୁଏ ।

-ଶୋଇବା ପୂର୍ବରୁ ଅଧିକ ପାଣି ପିଅନ୍ତୁନାହିଁ । ଏଥିପାଇଁ ସନ୍ଧ୍ୟା ସମୟରେ ଯଥେଷ୍ଟ ପାଣି ପିଇନିଅନ୍ତୁ ।

-ସନ୍ଧ୍ୟା ପରେ ଚାହା, କଫି, ଚକ୍‌ଲେଟ୍‌, ମୃଦୁ ପାନୀୟ ପିଅନ୍ତୁ ନାହିଁ । ମଦ, ସିଗାରେଟ୍‌, ଭାଙ୍ଗ, ତମାଖୁ ଠାରୁ ଦୂରେଇ ରୁହନ୍ତୁ । ଏସବୁ କରିସାରିବା ପରେ ମଧ୍ୟ ଯଦି ଆପଣ ଅନିଦ୍ରା ରହୁଛନ୍ତି, ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ଏହାସହ ପଢନ୍ତୁ – ବିନା ଟଙ୍କାରେ କରିପାରିବେ ଅଧିକ ଆୟ , ଏହି ୪ଟି ଉପାୟରେ କରନ୍ତୁ ବ୍ୟବସାୟ !