ଆପଣଙ୍କ କାର ଚେପା ହୋଇଯାଇଛି କି? ତେବେ ଘରେ ବସି ମାଗଣାରେ ଠିକ୍ କରିପାରିବେ, ଜାଣନ୍ତୁ ପୂରା ପ୍ରକ୍ରିୟା

39

ଯଦି ଆପଣ କାର ଚଲାଉଛନ୍ତି କରୁଛନ୍ତି ତେବେ ଆପଣଙ୍କୁ ଭଲ ଭାବରେ ଜଣାଥିବ କି କାରର ମେଂଟେନାନ୍ସ ବାବଦକୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଖର୍ଚ୍ଚରେ ଅଧା ଭାଗ ତ କେବଳ କାରର ଡେଂଟ ତଥା ଚେପାକୁ ଠିକ୍ କରିବାରେ ହିଁ ଖର୍ଚ୍ଚ ହୋଇଥାଏ । ତେବେ କାର ସାଧାରଣତଃ ମେଂଟାଲ ସିଟରୁ ତିଆରି ହୋଇଥାଏ ଏଭଳି ପରିସ୍ଥିତିରେ ଏକ ସାମାନ୍ୟ ଆଘାତ ଦ୍ୱାରା ଏହା ଚେପା ହୋଇଯାଇଥାଏ । ଆଉ ଯେତେବେଳେ ଆପଣ ଏହାକୁ ଠିକ୍ କରିବାକୁ କୌଣସି ମେକାନିକ ନିକଟକୁ ଯାଆନ୍ତି ସେତେବେଳେ ଆପଣଙ୍କୁ ଏହି ଆଳରେ ମୋଟା ରକମର ଟଙ୍କା ଛାଣିନେଇଥାନ୍ତି । ଯଦି ଆପଣ ବି ଏଭଳି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନି । କାହିଁକି ନା ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଅବଗତ କରାଇବୁ ଯାହାଦ୍ୱାରା ଆପଣ ଘରେ ବସି ହିଁ ନିଜର ଗାଡିକୁ ଠିକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ।

ଏଥିପାଇଁ ଆପଣଙ୍କୁ ଏକ ପାତ୍ରରେ ଏକ ଲିଟରରୁ ଅଧିକ ପାଣି ନେବାକୁ ପଡିବ । ଏଠାରେ ଆମେ କହି ରଖୁଛୁ କି, ଆପଣ ପାଣି ଗରମ କରିବା ସମୟରେ ଧ୍ୟାନ ରଖିବେ କି ଯେମିତି ହିଁ ପାଣି ଫୁଟିବା ଆରମ୍ଭ କରିବ ଆପଣଙ୍କୁ ତୁରନ୍ତ ଏହାକୁ ଚୂଲାରୁ କାଢିଦେବାକୁ ହେବ । ଏହାପରେ ଆପଣଙ୍କୁ ବାସ୍ ଏହି ଗରମ ପାଣିକୁ ନେଇ ସାମାନ୍ୟ ଥଣ୍ଡା କରିବାକୁ ପଡିବ । ଏବେ ଆପଣଙ୍କର କାରର ଚେପା ହୋଇଯାଇଥିବା ଭାଗକୁ ଏହି ପାଣିରେ ପକାଇ ଦିଅନ୍ତୁ ଏବଂ ତାକୁ କିଛି ମସୟ ଯାଏଁ ଛାଡି ଦିଅନ୍ତୁ ।

ଏହାପରେ ଆପଣଙ୍କୁ ଆପଣଙ୍କର ହାତରେ ହିଁ ଏହି ଚେପା ଅଂଶକୁ ପଛପଟରୁ ବାଡେଇବାକୁ ହେବ କିମ୍ବା ବାହାର ପଟକୁ ଟାଣିବାକୁ ହେବ । ଏଭଳି କରିବା ଦ୍ୱାରା ଚେପା ହୋଇଥିବା ସ୍ଥାନଟି ତୁରନ୍ତ ହିଁ ଠିକ୍ ହୋଇଯିବ । ଏହାପରେ ଆପଣ ଏହାକୁ ପଲିସ କରି ନୂଆ ଲୁକ୍ ଦେଇପାରିବେ ।