କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଘଡଘଡି ସହ ବର୍ଷା । ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ସତର୍କ ରହିବାକୁ ପରାମର୍ଶ

63

କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ପାଖାପାଖି ୧୫ଟି ଜିଲ୍ଳାରେ ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି । ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା ଚେତାବନୀ ଦିଆଯାଇଛି । ସେହିପରି ପୁରୀ, ନୟାଗଡ, ବୋ÷ଦ୍ଧ, ସୋନପୁର, ସୁନ୍ଦରଗଡ ଓ ଝାରସୁଗୁଡା ପୂବାହ୍ନ ସାଢ଼େ ୧୧ଟା ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହୁଛି ।

heavy rain fall

ସେପଟେ, ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି । ଉପକୂଳବର୍ତୀ ଅଂଚଳ କଟକ ଭୁବନେଶ୍ୱର ଓ ଜଗତସିଂହପୁରରେ କାଳବୈଶାଖୀ ବର୍ଷା । ବର୍ଷା ସହ ଘଡିଘଡି ଓ ବିଜୁଳ ମାରିବା ଫଳରେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି । ଏହି ପାଗ ଆହୁରି କିଛି ଘଂଟା ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛ । କାଳବୈଶାଖୀ ପ୍ରଭାବରେ ଆଜି ସକାଳୁ ହିଁ ପାଗ କୋହଲା ରହିଥିଲା । ଆଉ ପରେ ଘଡଘଡି , ବିଜୁଳି ସହ ବର୍ଷା ଆରମ୍ଭ ହୋଇଥିଲା ।