୩୫ ବର୍ଷ ଧରି କରୁଥିଲେ ଭିକ୍ଷାବୃର୍ତ୍ତି । ହେଲେ ଏବେ ପରିଶ୍ରମକୁ ଦେଉଛନ୍ତି ପ୍ରାଥମିକତା । 

81

ସାଧାରଣତଃ ଆମେ ଯେଉଁ ସ୍ଥାନକୁ ଯାଇଥାଉ ସେଠାରେ ଆମକୁ ଭିକାରି ଦେଖିବାକୁ ମିଳି ଯାନ୍ତି । ଏପରି କୌଣସି ଅଞ୍ଚଳ ନାହିଁ ଯେଉଁଠି ଆମେ ଭିକାରି ମାନଙ୍କୁ ଦେଖିବାକୁ ପାଇନଥାଉ । ଆଜିକାଲି, ସହରରେ ଭିକାରିଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଗଲାଣି ଯେ ଲୋକମାନେ ରାସ୍ତା କଡରେ ଛିଡା ହେବାକୁ ମଧ୍ୟ ସଙ୍କୋଚ ମନେ କରୁଛନ୍ତି । ତେବେ ବାସ୍ତବ କଥା ହେଉଛି ଭିକାରି ଶବ୍ଦ ଶୁଣିବା ମାତ୍ରେ ଲୋକ ମାନଙ୍କ ମନରେ ନାନା ପ୍ରକାର ଭାବନା ଆସିଥାଏ । ଭିକାରି ମାନଙ୍କର ଏକ ବଡ ଗୋଷ୍ଠି ରହିଥାଏ, ଆଉ ମଇଳା କପଡା ପିନ୍ଧିଥାନ୍ତି , ନିଶାଶକ୍ତ ମଣିଷ ହୋଇଥାନ୍ତି , ଏମାନେ କାମ ଚୋର ହୋଇଥାନ୍ତି , କାମ କରିବାକୁ ପଡିବ ବୋଲି ଏମାନେ ଭିକ ମାଗିବା ଭଳି ସହଜ ରାସ୍ତା ବାଛି ନେଇଥାନ୍ତି । ଏହିଭଳି ବିଭିନ୍ନ ପ୍ରକାର ଚିତ୍ର ଆମ ଆଖିକୁ ଆସିଥାଏ । କିନ୍ତୁ ସମାଜରେଏପରି କିଛି ଭିକାରି ଅଛନ୍ତି ଯାହାଙ୍କ ଜୀବନୀ ବିଷୟରେ ଶୁଣିଲେ ଆପଣଙ୍କ ମନରେ ଭିକାରିଙ୍କ ପ୍ରତି ଥିବା ଖରାପ ଭାବନା କିଛି ମାତ୍ରାରେ ଦୂର ହୋଇଯିବ ।

ଉତ୍ତର ପ୍ରଦେଶର କେତେକ ଅଲଗା ଅଲଗା ସହରକୁ କାମ ଖୋଜିବା ପାଇଁ ଆସିଥିବା ଲୋକ ମାନଙ୍କୁ ଯେତେବେଳେ କାମ ନମିଳେ ସେତେବେଳେ ପେଟ ପୋଷିବା ପାଇଁ ସେମାନେ ଭିକମାଗିବା ଭଳି  ସହଜ ରାସ୍ତା ବାଛି ନେଇଥାନ୍ତି । ସେମାନଙ୍କ ମଧ୍ୟରୁ କେତେକ ଭିକାରି ରୋଗ କାରଣରୁ ନିଜର ପିଲାକୁ ହରାଇଛି ତ ଆଉ କିଏ ତାର ପରିବାର ହରାଇଛି । କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଘର ଛାଡି ସହର କାମ କରିବା ପାଇଁ ଆସି ଏଠାରେ ଭିକାରି ହୋଇଯାଇଥିବା ବେଳେ କିଛି ଲୋକ ଅନାଥ ଏବଂ ଆଉ କିଛି ଲୋକଙ୍କୁ ରୋଗ ଭିକାରି ସଜାଇଛି । ତେବେ ୩ ହଜାର ଭିକାରିଙ୍କୁ ନେଇ ହୋଇଥିବା ଏକ ଅନୁଧ୍ୟାନରୁ ଜଣା ପଡିଛି, ଲଖ୍ନୌରେ ଭିକ ମାଗୁଥିବା ୯୮ ପ୍ରତିଶତ ଭିକାରି ଭିକ ମାଗିବା ଛାଡି ରୋଜଗାର କରିବାକୁ ଚାହାଁନ୍ତି । ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାର ୨୮ ବର୍ଷୀୟ ଜଣେ ଯୁବକ ଶରଦ ପଟେଲଙ୍କ ତିନି ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଏବେ ୨୭ ଜଣ ଭିକାରି ରୋଜଗାରକ୍ଷମ ହୋଇ ପାରିଛନ୍ତି ।

 

ଏମିତି କେତେ ଜଣ ଭିକାରୀ ଅଛନ୍ତି ଯେଉଁ ମାନେ ବର୍ଷ ତମାମ ଭିକ ମାଗିବା ପରେ ଏବେ ଭିକ ମାଗିବା ଛାଡି କାମ କରି ଦୁଇ ପାଇସା ରୋଜଗାର କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଏ ରିକ୍ସା ଚଳାଉଛି ତ ଆଉ କିଏ ହୋଟେଲରେ ଶ୍ରମିକ ଭାବରେ କାମ କରୁଛି । କିଏ ଗ୍ୟାରେଜରେ ଗାଡି ଧୋଉଛି ତ ଆଉ କିଏ ରାସ୍ତା କଡରେ ପାଉଚପାଣି ବିକ୍ରି କରୁଛି ।

ଶରଦ ପଟେଲଙ୍କ ରିସର୍ଚ୍ଚ ଅନୁଯାୟୀ , ୩୧ ପ୍ରତିଶତ ଭିକାରୀ ଗରିବ କାରଣରୁ ଭିକ୍ଷା ମାଗୁଛନ୍ତି । ୧୬ ପ୍ରତିଶତ ଭିକାରୀ ବିିକଳାଙ୍ଗ ଅଟନ୍ତି, ୧୪ ପ୍ରତିଶତ ଭିକାରୀ ଶାରିରୀକ ଅକ୍ଷମ, ୧୩ ପ୍ରତିଶତ ବେକାରୀ, ୧୩ ପ୍ରତିଶତ ପାରମ୍ପରିକ ଭାବେ ଭିକାରୀ, ୩ ପ୍ରତିଶତ ଭିକାରୀ ରୋଗରେ ପିଡିତ ଥିବା କାରଣରୁ ଭିକ ମାଗୁଛନ୍ତି । ଏବଂ ସବୁଠୁ ବଡ କଥା ହେଉଛି ଭିକାରୀ ମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଲୋକ ନିଶାଖୋର ଅଟନ୍ତି ।

ଭିକ ମାଗୁଥିବା ବିଜୟ ବାହାଦୁରଙ୍କ କାହାଣି :

ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ବିଜୟ ବାହାଦୁର ଯେତେବେଳେ ୭ ବର୍ଷର ଥଲେ ସେ ତାଙ୍କ ପିତାଙ୍କ ସହ ରହୁଥିଲେ । ତାଙ୍କ ପିତା ରାସ୍ତା କଡରେ କିଛି ଖାଦ୍ୟ ପଦାର୍ଥ ବିକ୍ରି କରି ନିଜର ପେଟ ପୋଷୁଥିଲେ । ଦିନେ ତାଙ୍କ ବାପା କାମରେ ବ୍ୟସ୍ତ ଥିବା ବେଳେ ବିଜୟ ଖେଳି ଖେଳି ରାସ୍ତାରେ ହଜି ଯାଇଥିଲେ । ଯେଉଁ ଦିନ ସେ ହଜିଥିଲେ ସେଇ ଦିନ ରାତିରେ ତାଙ୍କୁ ବହୁତ ଭୋକ ଲାଗିଥିଲା । ଛୋଟ ପିଲା ହୋଇଥିବାରୁ କାମ କରିବା ଅସମ୍ଭବ ଥିଲା । ତେଣୁ ନିଜର ଭୋକ ମେଣ୍ଟାଇବା ପାଇଁ ସେ ଭିକ ମାଗିବା ଆରମ୍ଭ କରିଥିଲେ । ସେବେଠାରୁ ବିଜୟ ଭିକ ମାଗି ଚଳି ଆସୁଥିଲେ । ରାସ୍ତାକଡର ଫୁଟପାଥ ଥିଲା ତାଙ୍କର ଘର । ତେବେ ୩୫ ବର୍ଷ ଭିକ ମାଗିବା ପରେ ବିଜୟ ଏବେ ରିକ୍ସା ଚଳାଇ ରୋଜଗାର କରୁଛନ୍ତି ।

ଛୋଟ ଥିବା ଅବସ୍ଥାରୁ ହିଁ ସେ ଭିକ ମାଗିବା ଆରମ୍ଭ କରିଥିଲେ । ସେ କୁହନ୍ତି ବେଳେ ବେଳେ ଭିକ ମାଗିବା ପାଇଁ ସେ ନିଜକୁ ଦୋଷୀ ମାନନ୍ତି ତ ଆଉ କେବେ ନିଜ ପରିବାର ଲୋକଙ୍କୁ ଗାଳି କରନ୍ତି । ଧିରେ ଧିରେ ଭିକ ମାଗିବା ତାଙ୍କର ପେଷା ହୋଇ ଯାଇଥିଲା । ପ୍ରତି ଦିନ ଭିକ ମାଗି ଯାହା ରୋଜଗାର ହେଉଥିଲା ସେଥିରେ ସେ ତାଙ୍କ ସାଙ୍ଗ ମାନଙ୍କ ସହ ନିଶାରେ ଖର୍ଚ୍ଚ କରି ଦେଉଥିଲେ । କୁସଙ୍ଗତରେ ପଡି ଏପରି ହୋଇଯାଇଥିଲେ । କିନ୍ତୁ ବିଜୟ ଏବେ ସେସବୁ ପଛରେ ପକାଇ ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ରିକ୍ସା ଚଲାଇ ନିଜର ପେଟ ପୋଷିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏହି ଦିଗରେ ପ୍ରେରିତ କରୁଛନ୍ତି । ସେ କୁହନ୍ତି ରିକ୍ସା ଚଲାଇବା ଦ୍ୱାରା ପ୍ରତି ଦିନ ପେଟ ଭରି ଖାଇବା ପାଇଁ ରୋଜଗାର ହୋଇଯାଉଛି । ଫୁଟପାଥରେ ଇଟାରେ ଏକ ଚୁଲି କରି ନିଜ ହାତରେ ଖାଦ୍ୟ ବନାଇ ଖାଉଛନ୍ତି । ଦିନ ଭିତରେ ବେସି ଭଡା ନମିଳୁଥିବାରୁ ସେ ସ୍କୁଲ ପିଲାମାନଙ୍କୁ ନବା ଆଣିବା କରୁଛନ୍ତି । ଏଥିରୁ ତାଙ୍କୁ ପ୍ରତିଦିନ ୧୫ଶହ ଟଙ୍କା ମିିଳିଥାଏ । ଯାହା ଦ୍ୱାରା ସେ ଏବେ ବହୁତ ଖୁସିରେ ଅଛି ।