ଉଭୟ ସରକାରୀ ଓ ବେସରକାରୀ ଚାକିରିଆଙ୍କ ନିକଟରେ ରହିଥାଏ ଏସବୁ ଅଧିକାର । କଂପାନୀର ମନମାନି ଉପରେ ଉଠାଇ ପାରିବେ ପ୍ରଶ୍ନ

42

ଗତକାଲି ସାରା ବିଶ୍ୱରରେ ପାଳିତ ହୋଇଛି ବିଶ୍ୱ ଶ୍ରମିକ ଦିବସ । ଏହି ଅବସରରେ ଆଜି ଆମେ ଆପଣଙ୍କଠାରେ ଏଭଳି କିଛି ପ୍ରସଙ୍ଗ ଉପରେ ଆଲୋଚନା କରିବୁ ଯାହାକୁ ପ୍ରତ୍ୟେକ ଚାକିରିଆ ଜାଣି ରଖିବା ଉଚିତ । ଆଜି ଆମେ କର୍ମଚାରୀଙ୍କ ଅଧିକାର ସଂପର୍କରେ ଅବଗତ କରାଇବୁ ,ଯାହାକୁ ଜାଣିବା ଆପଣଙ୍କୁ ବହୁତ ଜରୁରୀ ।

• ଆମ ଦେଶରେ ଚାକିରି କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ନିକଟରେ କିଛି ଏଭଳି ଅଧିକାର ରହିଛି , ଯାହା ସେମାନଙ୍କୁ କୌଣସି କ୍ଷେତ୍ରରେ କାମ କରିବା ଦ୍ୱାରା ହିଁ ମିଳିଥାଏ । ଖାଲି ଏତିକି ନୁହେଁ କର୍ମଚାରୀଙ୍କ ଚାକିରି କାଳ ମଧ୍ୟରେ ବି ଅନେକ ଅଧିକାର ପ୍ରଦାନ କରାଯାଇଛି ।

• କୌଣସି ବି ଚାକିରିରେ ପ୍ରୋଭିଜନାଲ ପିରିୟଡ ସାଧାରଣତଃ ୬ମାସ ପାଇଁ ରଖାଯାଇଥାଏ । ତେବେ କଂପାନୀ ଚାହିଁଲେ ଏହି ପରିୟଡକୁ ସର୍ବାଧିକ ୨ ବର୍ଷ ଯାଏଁ ବୃଦ୍ଧି ମଧ୍ୟ କରିପାରେ ।

• ସେହିପରି କଂପାନୀ କେବଳ ଦୁଇଟି ପରିସ୍ଥିତିରେ ହିଁ କୌଣସି ବି କର୍ମଚାରୀଙ୍କୁ ଚାକିରିରୁ ବାହାର କରିପାରିବ । ଯେତେବେଳେ କୌଣସି କର୍ମଚାରୀଙ୍କୁ ଉକ୍ତ କାମ ପାଇଁ ଉପ ଯୁକ୍ତ ହୋଇନଥିବେ କିମ୍ବା କର୍ମଚାରୀଙ୍କ କାମରେ କଂପାନୀ ଖୁସି ନଥିଲେ କିମ୍ବା କଂପାନୀକୁ କୌଣସି ଲାଭ ହେଉନଥିଲେ । କିନ୍ତୁ ଏଭଳି କରିବା ପୂର୍ବରୁ କଂପାନୀକୁ ଉକ୍ତ କର୍ମଚାରୀଙ୍କ ନିକଟକୁ ପ୍ରଥମେ ନୋଟିସ ପଠାଇବା ନିହାତି ଜରୁରୀ ।

• ସେହିପରି ଚାକିରି କରୁଥିବା ପ୍ରତ୍ୟେକ ଲୋକଙ୍କ ପାଇଁ ପେଡ ଲିଭ୍ ର ଅଧିକାର ରହିଛି । ଯେଉଁଥିରେ କର୍ମଚାରୀ ନେଉଥିବା ଛୁଟି ଉପରେ କଂପାନୀ ଟଙ୍କା କାଟି ପାରିବ ନାହିଁ । ଗୋଟିଏ କଂପାନୀ ପାଇଁ ଦୀର୍ଘ ୫ବର୍ଷ ଧରି କାମ କରିଆସୁଥିବା କର୍ମଚାରୀଙ୍କୁ ଗ୍ରାଚୁଏଟି ବେନିଫିଟ୍ ମିଳିବାର ଅଧିକାର ମଧ୍ୟ ରହିଛି ।

• କର୍ମଚାରୀଙ୍କୁ ପିଏଫର ଅଧିକାର ମଧ୍ୟ ଦିଆଯାଇଛି । ଯାହାର ଅନ୍ତର୍ଗତ କର୍ମଚାରୀ ସହିତ କଂପାନୀକୁ ମଧ୍ୟ ଦରମାର ୧୨ ପ୍ରତିଶତ ଟଙ୍କା ଜମା କରିବାକୁ ପଡିବ ।

• ଦେଶରେ ମହିଳା କର୍ମଚାରୀଙ୍କ ପାଇଁ ୨୬ ସପ୍ତାହର ପେଡ ମେଟରନିଟି ମଧ୍ୟ ନିର୍ଧାରିତ କରାଯାଇଛି । ପରିସ୍ଥିତି ଅନୁସାରେ, ଏହାକୁ ବଢାଇ ମଧ୍ୟ ଦିଆଯାଇପାରିବ ।

• ଫ୍ୟାକ୍ଟ୍ରିଜ ଆକ୍ଟ ୧୯୪୮ ଅନୁସାରେ କୌଣସି ବି କଂପାନୀ ନିଜର କର୍ମଚାରୀ ନିକଟରୁ ଗୋଟିଏ ସପ୍ତାହରେ ୪୮ ଘଂଟାରୁ ଅଧିକ କାମ କରାଇପାରିବେ ନାହିଁ । ଏହାବ୍ୟତୀତ ବି କର୍ମଚାରୀମାନଙ୍କର ଅନେକ ଅଧିକାର ରହିଛି ।