ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବହିବା ସମ୍ଭାବନା ! ୧୦ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

25

କନକ ବ୍ୟୁରୋ: ଆଣ୍ଡାମାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ହେତୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଘଡ଼ଘଡ଼ି ବର୍ଷା ସହ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଝଡ଼ବର୍ଷା ହେବାର ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ସମୟରେ ଘରୁ ବହାରିବା ବିପଦପୂର୍ଣ୍ଣ ।

ତେଣୁ ଝଡ଼ବର୍ଷା ଓ କୁଆପଥର ମାଡ ସମୟରେ ଘରୁ ନ ବାହାରିକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି। ସେହିପରି ଉପରୋକ୍ତା ଜିଲ୍ଲାମାନଙ୍କରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମଇ ୪ ତାରିଖ ପର୍ଯ୍ୟନ୍ତ ଏଭଳି ପାଣିପାଗ ରହିବା ସହିତ ଆଗାମୀ ମଇ ୧୫ସୁଦ୍ଦା ମୌସୁମୀ କେରଳ ଛୁଇଁବ । ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ଯାହାଫଳରେ ଓଡ଼ିଶା ବାସୀଙ୍କୁ ଖରା ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ତେବେ ଦିନ ବେଳା ଖରା ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ମଧ୍ୟରାତିରେ କାଳ ବୈଶାଖୀ ତାର ତାଣ୍ଡବ ଆରମ୍ଭ କରି ଦେଉଛି। ସୋମବାର ଭୁବନେଶ୍ୱର (୩୨)ମିଲିମିଟର ଓ କଟକରେ ଏକଘଣ୍ଟା ଧରି ବର୍ଷା ହେବା ସହିତ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବା ସହିତ ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ରାସ୍ତାରେ ପଡ଼ିଥିଲା ଓ ପାଣି ଜମି ରହିଥିବା ହେତୁ ଯାତାୟାତାରେ ଅସୁବିଧା ହୋଇଥିଲା । ଝଡ଼ବର୍ଷା ହେତୁ ବିଦ୍ୟୁତ ସଂଯୋଗରେ ବାଧା ସୃଷ୍ଟି ହୋଇଥିଲା। କିଛି ସମୟ ପାଇଁ ରାଜଧାନୀ ଅନ୍ଧକାରମୟ ହୋଇପଡ଼ିଥିଲା। ଝଡ଼ବର୍ଷା ସହିତ ବଜ୍ରପାତ ମଧ୍ୟ ହୋଇଥିଲା। ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଚାନ୍ଦବାଲି, ଗୋପାଳପୁର,ବାଲେଶ୍ୱର, ଓ ଝାରସୁଗୁଡ଼ାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା।