କୋର୍ଟ ଭିତରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଓକିଲଙ୍କ ଉତ୍ତମ ମଧ୍ୟମ : ୬ ମାସ ଧରି ନାବାଳିକାକୁ ଯୌନଶୋଷଣ କରି ଆସୁଥିଲେ ୨୨ ଜଣ ଅଭିଯୁକ୍ତ

21

କନକ ବ୍ୟୁରୋ : ଚେନ୍ନାଇରେ ଲଜ୍ଜା । ଜଣେ ୧୨ବର୍ଷିୟ ନାବାଳିକା ସହ ଦୀର୍ଘ ୭ମାସ ଧରି ଗଣଦୁର୍ଷ୍କମ ହୋଇଆସୁଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଦୁର୍ଷ୍କମ କରିଥିଲେ ୨୨ ଜଣ ଲୋକ । ଆଉ ଏଥିରେ ସାମିଲ ହୋଇଥିଲେ ସିକ୍ୟୁରିଟି ଗାର୍ଡ, ଲିଫ୍ଟ ଅପରେଟର, ପ୍ଲମ୍ବର, ପାଣି ସପ୍ଲାୟର ସହ କିଛି ସାଙ୍ଗସାଥୀ । ସୂଚନା ଅନୁଯାୟୀ ଚେନ୍ନାଇ ଅୟାନୱାରମର ଏକ ଆପାର୍ଟମେଂଟରେ ରହୁଥିବା ଏହି ନାବାଳିକାଙ୍କୁ ୬୬ବର୍ଷିୟ ଲିଫ୍ଟ ଅପରେଟର ପ୍ରଥମେ ଦୁଷ୍କର୍ମ କରିଥିଲେ । ଏହାପରେ ତାଙ୍କର ଅନ୍ୟ ସାଥୀ, ପୀଡିତାଙ୍କ ସହ ଦୁଷ୍କର୍ମ କରି ଭିଡିଓ କରିଥିଲେ । ଦିର୍ଘ ୭ମାସ ଧରି ଚାଲିଥିଲା ଏହି ଅମାନୁଷିକ କାଣ୍ଡ ।

ନିଶା ଜାତୀୟ ଖାଦ୍ୟ ଦେଇ ବେହୋସ କରିବା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୀଡିତା ଅଭିଯୋଗ କରିଛନ୍ତି । ଏନେଇ ପରିବାର ଲୋକଙ୍କୁ ଜଣାଇଲେ ଭିଡିଓ ଭାଇରାଲ କରିବା ସହ ହତ୍ୟା ଧମକ ଦେଇଥିବା ନାବାଳିକା ଜଣକ କହିଛନ୍ତି । ତେବେ ନିର୍ଯାତନା ବଢ଼ିବାରୁ ନାବାଳିକା ଜଣକ ତାଙ୍କ ଭଉଣୀଙ୍କୁ ଶନିବାର ଏନେଇ ଜଣାଇଥିଲେ । ପରେ ପରିବାର ଲୋକ ୨୨ଜଣ ଲୋକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ । ସେପଟେ ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୧୮ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ।

ଅଭିଯୁକ୍ତଙ୍କୁ ପିଟିଲେ ଆଇନଜୀବୀ । ଚେନ୍ନାଇ ଅୟାନୱରମ ଅଂଚଳରେ ଘଟିଥିବା ନାବାଳିକା ଦୁର୍ଷ୍କମ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ମହିଳା କୋର୍ଟରେ ୧୮ଜଣ ଅଭିଯୁକ୍ତଙ୍କୁ ହାଜର କରାଯାଇଥିବା ବେଳେ ଓକିଲମାନେ ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚିଥିଲେ । ଆପଣ ଏଡି ଭିଜୁଆଲରେ ଦେଖିାପରୁ୍ଥିବେ ଅଭିଯୁକ୍ତଙ୍କୁ କିଏ ଗୋଇଠା ମାରୁଛି ତ କିଏ ହାତରେ ପିଟୁଛି । ଯେପରି ଲାଗୁଛି ସେମାନଙ୍କ ଭିତରେ ଥିବା ଆକ୍ରୋଶକୁ ଆକ୍ସନରେ ପରିଣତ କରୁଛନ୍ତି ।

ଉଠେଇ ବସେଇ ଯିଏ ଯେଭଳି ପାରିଲା ଅଭିଯୁକ୍ତମାନଙ୍କ ଉପରେ ବର୍ଷିଯାଇଥିଲା । ସେଠାରେ ଥିବା ପୁଲିସ କର୍ମୀ ଅଭିଯୁକ୍ତଙ୍କୁ ଉଦ୍ଧାର କରିବାକୁ ଯେତେ ଚେଷ୍ଟା କଲେ ବି ସେମାନଙ୍କୁ ଛାଡିନଥିଲେ ଓକିଲ । ୧୨ ବର୍ଷର ନାବାଳିକା ସହ ଦିର୍ଘ ୭ମାସ ଧରି ୨୨ଜଣ ଲୋକ ଦୁଷ୍କର୍ମ କରିଥିବା ଘଟଣା ଜାଣିବା ପରେ ଓକିଲଙ୍କ ଆକ୍ରୋଶ ବଢିଚାଲିଥିଲା । ପୀଡିତା ଜଣକ କିଛି ଦିନ ପୂର୍ବରୁ ପରିବାର ଲୋକଙ୍କୁ ଏନେଇ ଅବଗତ କରାଇବା ପରେ ଥାନାରେ ମାମଲା ରୁଜୁ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା ।