ଲୁହରେ ଭିଜିଲା ସାରା ଦେଶ ! ପଞ୍ଚଭୂତରେ ଲୀନ ହେଲେ ଅଟଳ, ରାଜକୀୟ ସମ୍ମାନ ସହ ଶେଷ ହେଲା ଅନ୍ତିମ ସଂସ୍କାର ।

22

ରାଜକୀୟ ସମ୍ମାନ ସହ ଶେଷ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଅନ୍ତିମ ସଂସ୍କାର । ପଞ୍ଚଭୂତରେ ଲୀନ ହେଲେ ବାଜପେୟୀ । ଲୁହରେ ଭିଜିଲା ସାରା ଦେଶ । ଜଳିଲା ଅଜାତଶତ୍ରୁ ଅଟଳଙ୍କ ଚିତା । ସ୍ମୃତିସ୍ଥଳରେ ଶେଷ ହୋଇଛି ଅଟଳ ବିହାରୀ ବାଜପେୟୀଙ୍କର ଶେଷକୃତ୍ୟ । ଅନ୍ତିମ ସଂସ୍କାର ପୂର୍ବରୁ ବାଜପେୟୀଙ୍କୁ ଦିଆଯାଇଥିଲା ଶେଷ ସମ୍ମାନ । ଶେଷକୃତ୍ୟରେ ସାମିଲ ହୋଇଥିଲେ ପଡୋଶୀ ରାଷ୍ଟ୍ରର ନେତୃବୃନ୍ଦ । ବାଜପେୟୀଙ୍କୁ ଦିଆଯାଇଥିଲା ତୋପ ସଲାମୀ । ଏହା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଆରମ୍ଭ ହୋଇଥିଲା ଅନ୍ତିମ ସଂସ୍କାର କାର୍ଯ୍ୟ । ଶେଷରେ ଅଟଳ ବିହାରୀ ବାଜପେୟୀଙ୍କ ପାଳିତ କନ୍ୟା ନମିତା ବାଜପେୟୀଙ୍କୁ ମୁଖାଗ୍ନି ଦେଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିଜେପି ଅଧ୍ୟକ୍ଷ ଅମିତ ଶାହା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଗୃହମନ୍ତ୍ରୀ ରାଜନାଥ ସିଂହ, ବାଚସ୍ପତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ନେତା ଏବଂ ତିନି ସେନାର ମୁଖ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ନେପାଳ, ବାଲାଂଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ପ୍ରତିନିଧି ମଧ୍ୟ ଉପସ୍ଥିତ ରହି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭୁଟାନ ରାଜା ଜିଗମେ କେଶର ନାମଗ୍ୟାଲ ୱାଙ୍ଗଚୁକ୍ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।