ଦେଢ ବର୍ଷର ଶିଶୁ କନ୍ୟାକୁ ଧରି ଟ୍ରେନ୍ ଆଗକୁ ଡେଇଁ ମା’ର ଆତ୍ମହତ୍ୟା

26

ବାରିପଦା : ଦେଢ ବର୍ଷର ଶିଶୁ କନ୍ୟାକୁ ଧରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି ମା । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା କୁଚେଇ ରେଳଷ୍ଟେସନ୍ ନିକଟରେ ।  ଗତକାଲି ମା ନିଜ ଛୁଆକୁ ଧରି ରୁପ୍ସା ଓ ବାଙ୍ଗରିପୋଷି ଡିଏନ୍ୟୁ ଟ୍ରେନ୍ ଆଗକୁ ଡେଇଁପଡିଥିଲେ । ମୃତ ମହିଳାଙ୍କ ଜଣକ ହେଉଛନ୍ତି ବାରିପଦା ସହର ତକତପୁର ଅଂଚଳର । ତେବେ ପାରିବାରିକ ଗଣ୍ଡଗୋଳ କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି  ।