ଓଡିଶା ଗସ୍ତରେ ଥିବା କୋରିଆ ରାଷ୍ଟ୍ରଦୂତ ଚୋ ହୁ୍ୟନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାରରେ ପୋ୍େସ୍କା ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା କହିଛନ୍ତି ଚୋ ହୁ୍ୟନ୍ । ତେବେ ୧୦ ବର୍ଷ ଧରି ପୋସ୍କୋ ପ୍ରକଳ୍ପରେ କୌଣସି ଆଖିଦୃଶୀୟା ଅଗ୍ରଗତି ହୋଇନଥିବା ସେ କହିଛନ୍ତି । ଓଡିଶାରେ ବ୍ୟବସାୟୀକ ଲାଭକୁ ଦୃଷ୍ଟିରେ ରଖି ପ୍ରକଳ୍ପ ସଂପର୍କରେ କମ୍ପାନି ତାର ନିଷ୍ପତି ନେବ ବୋଲି ରାଷ୍ଟ୍ରଦୂତ କହିଛନ୍ତି । ଭାରତରେ ଅନ୍ୟକ୍ଷେତ୍ରରେ ମଧ୍ୟ ନିବେଶ ପାଇଁ କୋରିଆ ସରକାର ଆଗ୍ରହୀ ଥିବା ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହ କୋରିଆ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ
/kanak/media/post_attachments/wp-content/uploads/2016/04/vlcsnap-2016-04-08-14h43m38s907.png)