କ୍ରାଇମବ୍ରାଂଚ ଜାଲରେ ଠକ ମହିଳା ! ଏନଆରଆଇ ସ୍ୱାମୀଙ୍କ ସହ ମିଶି ଠକିନେଲେ ୧କୋଟି ୨୪ ଲକ୍ଷ ଟଙ୍କା

26

କନକ ବ୍ୟୁରୋ: ଜାଲ କାଗଜପତ୍ର ଜରିଆରେ ୧କୋଟି ୨୪ ଲକ୍ଷ ଠକେଇ କରିଥିବା ଜଣେ ମହିଳାକୁ କ୍ରାଇମବ୍ରାଂଚ ଇଓଡବ୍ଲୁ ଗିରଫ କରିଛି । କଟକ ଚାରବାଟିଆର ସ୍ୱାତିରେଖା ପ୍ରତୀକ୍ଷା ଭୁବନେଶ୍ୱରରେ ତଥା ଭୁବନେଶ୍ୱର-କଟକ ରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ଲୋନ୍ କରିଥିଲେ ।

ଜାଲ କାଗଜପତ୍ର ଦେଇ ସେ ଯଥାକ୍ରମେ ୩୮ ଲକ୍ଷ, ୩୩ ଲକ୍ଷ ଓ ୫୩ ଲକ୍ଷ ଉଠାଇଥିଲେ । କିନ୍ତୁ ପରେ ସେ ଦେଇଥିବା କାଗଜପତ୍ର ଜାଲ ବୋଲି ଜଣାପଡିଥିଲା । ଗିରଫ ମହିଳାଙ୍କ ସ୍ୱାମୀ ସାଉଦି ଆରବରେ ରହୁଛନ୍ତି । ଏନଆରଆଇ ସ୍ୱାମୀଙ୍କ ସହ ମିଶି ବ୍ୟାଙ୍କରୁ ଏହି ଲୁଟ୍ କରିଛନ୍ତି ।