ବିଶ୍ୱ ଶ୍ରମିକ ଦିବସରେ ବିଡମ୍ବନା, ପଂଜୀକରଣ ପାଇଁ ଦେବାକୁ ପଡୁଛି ହାତଗୁଂଜା

55

ଫୁଲବାଣୀ :  ଆଜି ଶ୍ରମିକ ଦିବସ ପାଳୁଛି ସାରା ବିଶ୍ୱ । ଶ୍ରମିକଙ୍କ ପାଇଁ ବିଭିନ୍ନ ସମୟରେ ହେଉଛି ବେଶ୍ ମନଲୋଭା ଯୋଜନା । ହେଲେ ଶ୍ରମିକକୁ ଶ୍ରମିକ ବୋଲି ପରିଚୟ ଦେବାକୁ ପଡୁଛି ମୂଲ୍ୟ । ଶ୍ରମିକ ପଂଜିକରଣ ନାଁରେ ଲୋକଙ୍କଠାରୁ ଆଦାୟ ହେଉଛି ଟଙ୍କା । ଶ୍ରମିକ ଭାବେ ପଂଜିକୃତ ହେବା ଏବଂ ବିଭିନ୍ନ  ସରକାରୀ ଯୋଜନାରୁ ଉପକୃତ  ହେବା ଏଇ ଆଶାରେ ଧାଇଁ ଆସୁଛନ୍ତି ଶହ ଶହ ଶ୍ରମିକ । ହେଲେ ଏଠାରେ ଦେଖିବାକୁ ମିଳିଛି,  ପଂଜୀକରଣ ନାଁରେ ଚାଲିଛି ଶୋଷଣ ।  ଖୋଲାଖୋଲି ବେଆଇନ୍ ଭାବରେ ଶ୍ରମିକଙ୍କ ଟଙ୍କା ଆଦାୟ କରୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ରୁ । ଶ୍ରମିକ ଭାବେ ପଂଜୀକରଣ ପାଇଁ ସରକାରୀ ସ୍ତରରେ ମାସିକ ୭୦ ଟଙ୍କା ଦେୟ ଥିବା ବେଳେ କିଛି ଶ୍ରମିକ ସଂଗଠନ ମାସିକ ୪୦୦ ରୁ ୫୦୦ ଟଙ୍କା ଲେଖାଏଁ ଶ୍ରମିକ ମାନଙ୍କ ଠାରୁ ଆଦାୟ କରିବା ବିଡମ୍ବନା ର ବିଷୟ । ବେଆଇନ୍ ଭାବରେ ଟଙ୍କା ଆଦାୟ ହେଉଥିବାରୁ ଶ୍ରମିକ ମାନଙ୍କୁ ରସିଦ୍ ମଧ୍ୟ ଦିଆଯାଉ ନାହିଁ । ନିରିହ ଲୋକଙ୍କୁ ଶ୍ରମିକ ଭାବରେ ପଂଜୀକୃତ କରିବା ନାରେ ଏକରକମର ଶୋଷଣ କରାଯାଉଛି । ଆଉ ଏମାନଙ୍କ ଠାରୁ ଅର୍ଥ ଆଦାୟ କରି ମାଲେମାଲ୍ ହେଉଛନ୍ତି ଦଲାଲ ମାନେ । ଜିଲ୍ଲାପାଳଙ୍କୁ କିଛି ପଚାରିବାରୁ ସେ ଉତର ରଖିଛନ୍ତି ଆଉ କହିଛନ୍ତି ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବ, ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆଜିର ଦିନରେ ମନରେ ଗୋଟିଏ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯଦି ଶ୍ରମିକ ସଂଗଠନ ମାନେ ଭକ୍ଷକ ସାଜିବେ ତେବେ ଏହି ଶ୍ରମିକ ମାନଙ୍କୁ ନ୍ୟାୟ ଦେବ କିଏ ?