କାପୁରୁଷ ଲାଲ୍ ସର୍ଦ୍ଦାର !

21

କଳାହାଣ୍ଡି : ସତ ହେଲା ହାର୍ଡକୋର ମହିଳା ମାଓବାଦୀ ଲଷ୍ମୀର କଥା । କିଛି ଦିନ ପୂର୍ବରୁ  ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଲଷ୍ମୀ କହିଥିଲା, ମାଓ ଶିବିରର ଭିତିରି କଥା ।ପୁଲିସ୍ ସହ ଗୁଳି ବିନିମୟ ବେଳେ ମହିଳା ମାଓବାଦୀଙ୍କୁ ଢାଲ କରିଥାନ୍ତି ପୁରୁଷ ନକ୍ସଲ । ଯାହାର ସ୍ପଷ୍ଟ ପ୍ରମାଣ ମିଳିଛି କଳାହାଣ୍ଡି  ଏନକାଉଂଟର ରୁ କଳାହାଣ୍ଡି ଏସପି ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ଶନିବାର ପୁଲିସ୍ ଗୁଳିରେ ପ୍ରାଣ ହରାଇଛନ୍ତି ୩ ଜଣ ମହିଳା ମାଓବାଦୀ । ୧୨ ଘଂଟାର ସର୍ଚ ଅପରେସନ୍ । ଦୁର୍ଗମ ଜଙ୍ଗଲ ଭିତରୁ ଉଦ୍ଧାର ହେଲା ତିନି ମହିଳା ମାଓବାଦୀଙ୍କ ମୃତଦେହ । କାନ୍ଧରେ ମୃତଦେହ ବୋହି ଆଣିଥିଲେ ଏସଓଜି ଯବାନ । ଶନିବାର ପୋଲିସ ଏନକାଉଂଟରରେ ପ୍ରାଣ ହରାଇଥିଲେ ତିନି ମହିଳା କ୍ୟାଡର ନକ୍ସଲ ତେବେ ପୁଲିସ୍ ରଏହି ସଫଳତା ପଛରେ ରହିଛି ମାଓବାଦୀଙ୍କ ଭିରୁତାର କାହାଣୀ । ନିଜ ସୁରକ୍ଷା ପାଇଁ ମହିଳାଙ୍କୁ ଢାଲ କରିଥିଲେ ହାର୍ଡକୋର ପୁରୁଷ ମାଓବାଦୀ । ସହ ପୁଲିସ୍ ସହ ଗୁଳି ବିନିମୟ ବେଳେ ଆଗରେ ରହିଥିଲେ ମହିଳା ମାଓବାଦୀ । ଆଉ ମହିଳାଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଇ ପଛରୁ ଖସିଯାଇଥିଲେ ପୁରୁଷ ମାଓବାଦୀ । ମାଓ ଶିବିରର ଏ କାହାଣୀ ନୂଆ ନୁହଁ । ବର୍ଷ ବର୍ଷ ଧରି ମହିଳାଙ୍କୁ ଢାଲ ଭାବେ ବ୍ୟବହାର କରିଚାଲିଛନ୍ତି ପୁରୁଷ ମାଓବାଦୀ । ଏଥିପାଇଁ ମହିଳାଙ୍କୁ ଦିଆଯାଇଥାଏ ସ୍ୱତନ୍ତ୍ର ତାଲିମ । ମାନସିକ ଭାବେ ପ୍ରସ୍ତୁତ କରାଯାଏ । ବଳପୂର୍ବକ ବାଧ୍ୟ ବି କରାଯାଏ । ନହେଲେ ମିଳେ ନିର୍ଯାତନା । ପୋଲିସ ଏନକାଉଂଟର ବେଳେ କମାଣ୍ଡର ନିର୍ଦେଶ ଦିଏ, ଆଗରେ ରହିବାକୁ । ବିପରୀତ ଦିଗରୁ ଗୁଳି ବର୍ଷଣ ହେଉଥାଏ, ଆଉ ମାଓ ଶିବିରର ଫ୍ରଟ୍ ଲାଇନ ରେ ମୁତୟନ ଥାନ୍ତି ମହିଳା କ୍ୟାଡର । କିଛି ଦିନ ପୂର୍ବରୁ ମାଓ ଶିବିରର ଏହି କାହାଣୀ ବଖାଣିଥିଲେ ମହିଳା ମାଓ କ୍ୟାଡର ଲଷ୍ମୀ । କଳାହାଣ୍ଡି ଏନକାଉଂଟରରେ ପ୍ରାଣ ହରାଇଛନ୍ତି ତିନି ଜଣ ମହିଳା ମାଓବାଦୀ । ଆଉ ସାମ୍ନାକୁ ଆସିଛି ମାଓ ଶିବିରର ଭିତିରି କଥା ।