କନକ ନ୍ୟୁଜକୁ କୁନ୍ଦୁଲି ପୀଡିତାଙ୍କ ବୟାନ ! ବୟାନ ବଦଳାଇବାକୁ ପୁଲିସ ଦେଉଛି ଚାପ, ଆଜି ଜେଏମଏଫସି କୋର୍ଟରେ ବୟାନ ରେକର୍ଡ

28

କନକ ବ୍ୟୁରୋ : କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି କୁନ୍ଦୁଲି ପୀଡିତା । ବୟାନ ବଦଳାଇବାକୁ ପୁଲିସ ପୀଡିତାଙ୍କ ଉପରେ ଚାପ ପକାଉଥିବା କନକ ନ୍ୟୁଜ କ୍ୟାମେରା ଆଗରେ କହିଛନ୍ତି ପୀଡିତା । ଏପରିକି ତାଙ୍କ ପରିବାର ଉପରେ ମଧ୍ୟ ଚାପ ପଡୁଥିବା ସେ କହିଛନ୍ତି । ଏପରିକି ରାତି ଅଧିଆ ପୁଲିସ ମେଡିକାଲକୁ ଆସି ବାରମ୍ବାର ତାଙ୍କୁ ବୟାନ ବଦଳାଇବାକୁ ବାଧ୍ୟ କରୁଥିବା ପୀଡିତା କହିଛନ୍ତି । ୧୭ ଦିନ ପରେ ଆଜି ପୀଡିତାଙ୍କୁ କୋର୍ଟରେ ହାଜର କରାଯାଇଛି । ମେଡିକାଲରୁ ପୀଡିତାଙ୍କୁ ନିଆଯାଇ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ୧୬୪ ଧାରାରେ ଆଜି ପୀଡିତାଙ୍କ ବୟାନ ରେକର୍ଡ ହେବ ।