ଏୟାରଟେଲ ଏବଂ ଭୋଡାଫୋନ ଜିଓକୁ ଟକ୍କର ଦେବାକୁ ଏବେ ଅଂଟା ଭିଡିଛନ୍ତି ଆଉ ଯେଉଁଥିପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଦୁଇ କଂପାନୀ ପ୍ରତିଦିନ କିଛି ନା କିଛି ପ୍ଲାନ ଲଂଚ କରିବାରେ ଲାଗିପଡିଛନ୍ତି । ଏହି କ୍ରମରେ ଏୟାରଟେଲ ୧୦୦ ପ୍ରତିଶତ କ୍ୟାସବ୍ୟାକ୍ ଅଫର ପ୍ଲାନ ଲଂଚ କରିଛି । ଯେଉଁଥିରେ ରହିଛି ୩୪୯ ଟଙ୍କିଆ ପ୍ଲାନରେ ଭ୍ୟାଲିଡ୍ ସହ ଲିମିଟେଡ୍ ପିରିୟଡର ଅଫର ବି ରିହିଛି । ତେବେ ଏହାପୂର୍ବରୁ ଏଭଳି ହିଁ ଏକ ଅଫର ଜିଓ ମଧ୍ୟ ଲଂଚ କରିଥିଲା ଯାହା ୩୯୯ ଟଙ୍କିଆ ପ୍ଲାନ ଭାବେ ଜଣାଶୁଣା । ଏୟାରଟେଲର ପ୍ଲାନ ମଧ୍ୟ କିଛି ସମୟ ପାଇଁ ରହିଛି ହେଲେ ଏହା ସ୍ପଷ୍ଟ ନୁହେଁ କି ଏହା ଏବେ ବନ୍ଦ ହୋଇପାରେ କି ନାହିଁ । ଅର୍ଥାତ୍ ଏହା କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ । ଏବେ ନଜର ପକାନ୍ତୁ ଏୟାରଟେଲର ଏହି ନୂଆ ଅଫର ଉପରେ ।

Advertisment

publive-imageଏହି ଅଫରଟିକୁ କଂପାନୀ କିଛି ସର୍ତ୍ତ ସହିତ ଲଂଚ କରିଛି । ଏହା ପ୍ରିପେଡ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ଏବଂ ଏହି କ୍ୟାସବ୍ୟାକ୍ ଥରକରେ ମିଳିବ ନାହିଁ । ପ୍ରଥମେ ଆପଣଙ୍କୁ ୩୪୯ଟଙ୍କା ଦେଇ ରିଚାର୍ଜ କରିବାକୁ ପଡିବ । ଏହାପରେ କ୍ୟାସବ୍ୟାକ୍ ଆଧାରରେ ଆପଣଙ୍କୁ ୩୪୯ ଟଙ୍କା ଫେରସ୍ତ କରିଦିଆଯିବ । ତେବେ ଏହା ସାତଟି ଇନଷ୍ଟଲମେଂଟରେ ମିଳିବ ଏବଂ ଏଥିପାଇଁ ୭ମାସ ମଧ୍ୟ ଲାଗିବ । ଏହି ଅଫର ପାଇଁ ୟୁଜର୍ସଙ୍କୁ ଏୟାରଟେଲ ଆପର ବ୍ୟବହାର କରିବା ସହ ଏୟାରଟେଲ ପେମେଂଟ ବ୍ୟାଙ୍କରୁ ହିଁ ରିଚାର୍ଜ କରିବାକୁ ହେବ ।

publive-imageଏଠାରେ ଆମେ କହି ରଖୁଛୁ କି, ପ୍ରଥମ ମାସରେ ଆପଣଙ୍କୁ କୌଣସି ବି ଟଙ୍କା ଫେରସ୍ତ ମିଳିବ ନାହିଁ । କ୍ୟାସବ୍ୟାକ ଦ୍ୱିତୀୟ ମାସରୁ ହିଁ ଆରମ୍ଭ ହେବ । ଥରକରେ କେବଳ ୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ । ଉଦାହରଣ ସ୍ୱରୂପ, ପ୍ରତି ମାସ ୫୦ ଟଙ୍କାର କ୍ୟାସବ୍ୟାକ ମିଳିବ ଅର୍ଥାତ୍ ୭ ମାସରେ ୩୪୯ ଟଙ୍କାର ପୂରା କ୍ୟାସବ୍ୟାକ୍ ଆପଣଙ୍କୁ ମିଳିଯିବ । ତେବେ ଏହି ଅଫର ଏୟାରଟେଲ ‘ମାଇ ଆପ’ ରେ ଉପଲବ୍ଧ ।

ଏୟାରଟେଲ ଏହି ପ୍ଲାନ ଆଧାରରେ ୟୁଜର୍ସଙ୍କୁ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ହିସାବରେ ୧ଜିବି ୪ଜି ଡାଟା ଦେଉଛି । ଏହାଛଡା କୌଣସି ବି ନେଟୱର୍କରେ ଉଭୟ ଲୋକାଲ ଏବଂ ଏସିଟିଡି ଅସୀମ ଭଏସ କଲିଂର ସୁବିଧା ମଧ୍ୟ ଦେଉଛି ।

ସୌଜନ୍ୟ: ଆଜତକ୍