ପ୍ରଥମଥର ପାଇଁ ପ୍ରୟାଗରାଜ କୁମ୍ଭମେଳାରେ ଜୋରସୋରରେ ଚାଲିବ କିନ୍ନର ଆଖଡା ! ଦେଖିବାକୁ ଆସୁଛନ୍ତି ଲକ୍ଷ ଲକ୍ଷ ଲୋକ ।

127

ପ୍ରୟାଗରାଜ (ଆହ୍ଲାବାଦ୍) କୁମ୍ଭମେଳାରେ ପ୍ରଥମଥର ପାଇଁ କିନ୍ନର ସାମିଲ ହେବାକୁ ଯାଉଛନ୍ତି । ଆୟୋଜନ ହେବ କିନ୍ନର ଆଖଡା । ଚଳିତ ବର୍ଷ କୁମ୍ଭମେଳାରେ ସାମିଲ ହେଉଥିବା ଲୋକ କିନ୍ନର ଆଖଡା ଦେଖିବାର ସୌଭାଗ୍ୟ ଅର୍ଜନ କରିପାରିବେ । କୁମ୍ଭମେଳାରେ କିନ୍ନର ଆଖଡା ଆରମ୍ଭ କରିବାକୁ ଗତ କିଛି ଦିନ ହେବ ଅଖିଳ ଭାରତୀୟ ଆଖଡା ପରିଷଦ ଅନେକ ହଙ୍ଗାମା କରିବା ସହ ବିରୋଧ ମଧ୍ୟ କରିଥିଲେ ।

 

ଏହା ପରେ ମଧ୍ୟ ପ୍ରଶାସନକୁ ଏଥିପାଇଁ ଅନୁମତୀ ଦେବାକୁ ପଡିଛି । ଏହାପରେ କିନ୍ନର ସନ୍ନ୍ୟାସିଙ୍କ ଆଖଡାର ଦୁଇଦିନ ପୂର୍ବରୁ କୁମ୍ଭର ହାତୀ,ଘୋଡା ଏବଂ ଓଟ ଉପରେ ବସି ପ୍ରୋସେସନ୍ ବାହାର କରିଥିଲେ । ଏହିବର୍ଷ କୁମ୍ଭମେଳାରେ ନାଗାସାଧୂଙ୍କ ପରେ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ କିନ୍ନର ଆଖଡା ।

କିନ୍ନରଙ୍କ ଦୁନିଆକୁ ବୁଝିବା ପାଇଁ ଆର୍ଟ ଭିଲେଜ୍ : କିନ୍ନରଙ୍କ ଦୁନିଆର ନିୟମ ,ଆଇନ୍ ,କାନୁନ୍ ସବୁ ସାଧାରଣ ଲୋକଙ୍କ ଠାରୁ ଭିନ୍ନ । ଏଥିପାଇଁ ଲୋକଙ୍କୁ କିନ୍ନରଙ୍କ ଜୀବନୀ ବିଷୟରେ ଜାଣିବାର ଉତ୍ସୁକତା ଲାଗିରହିଥାଏ । କିନ୍ନରଙ୍କ ଏହି ଦୁନିଆ ସହ ଲୋକଙ୍କୁ ପରିଚିତ କରିବା ପାଇଁ କିନ୍ନର ଆର୍ଟ ଭିଲେଜ୍ ବି ପ୍ରସ୍ତୁତ କରାଯାଇଛି ।

ଏଠାରେ ଚିତ୍ର ପ୍ରଦର୍ଶନୀ,କବିତା,କଳା ପ୍ରଦର୍ଶନୀ,ଦୃଶ୍ୟ କଳା,ସିନେମା,ଇତିହାସ,ଫୋଟୋଗ୍ରାଫି,ସାହିତ୍ୟ,ସ୍ଥାପତ୍ୟ କଳା,ନୃତ୍ୟ ଏବଂ ସଂଗୀତ ଆଦି ଜରିଆରେ ଲୋକଙ୍କୁ କିନ୍ନରଙ୍କ ଜୀବନଶୈଳୀ ଉପରେ କୁହାଯିବ । ଲୋକଙ୍କୁ ମହାଭାରତ ଏବଂ ରାମାୟଣରେ କିନ୍ନରଙ୍କ ମହତ୍ତ୍ୱ ଏବଂ ଭୂମିକା ବିଷୟରେ ମଧ୍ୟ ବିସ୍ତାର ରୁପରେ କୁହାଯିବ ।