ଚଳିତ ବର୍ଷର ଏହି ମାସରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ଆଲିୟା-ରଣବୀର୍ ! ଘର ଲୋକଙ୍କ ଆଦେଶରେ ନିର୍ବନ୍ଧ ପାଇଁ ରାଜି ହେଲେ ମିଷ୍ଟର ରେମଣ୍ଡ ।
ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରାୟ ବର୍ଷେ ହେଲାଣି ପରସ୍ପରକୁ ଡେଟ୍ କରି ଆସୁଛନ୍ତି । ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ଆରମ୍ଭ ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା କଥା ଚର୍ଚ୍ଚା ହୋଇଥିଲା । ପରେ ପରେ ଦୁହିଁଙ୍କ ସଂପର୍କକୁ ପରିବାରର ସ୍ୱୀକୃତି ମିଳିବା ସହ ଏବେ ଦୁହେଁ ନିର୍ବନ୍ଧ କରିବାକୁ ଯାଉଥିବା ଜଣା ପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଦୁହେଁ ଆସନ୍ତା ଜୁନ୍ ମାସରେ ନିର୍ବନ୍ଧ କରିବେ ବୋଲି ଜଣା ପଡ଼ିଥିବା ବେଳେ ରଣବୀର ନିଜ ମା’ ନୀତୁ କପୁରଙ୍କ କଥା ମାନି ଏଭଳି ନିଷ୍ପତ୍ତି ନେଇଥିବା ସାମ୍ନାକୁ ଆସିଛି । ମା’ ନିତୁ ସ୍ନେହରେ ରଣବୀରଙ୍କୁ ରେମଣ୍ଡ ବୋଲି ଡାକିଥାନ୍ତି । କିଛି ଦିନ ତଳେ ରଣବୀରଙ୍କ ଭଉଣୀ ଦୁହିଁଙ୍କୁ ଏଆର୍ ଲେଖାଥିବା ଦୁଇଟି ମୁଦି ଉପହାରରେ ଦେଇଥିବା ବେଳେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଦୁହେଁ ନିର୍ବନ୍ଧ କରିବା ନେଇ ଖବର ମିଳିବା ପରେ ଦୁହିଁଙ୍କ ପ୍ରଶଂସକ ଖୁବ୍ ଉତ୍ସାହିତ ହୋଇ ଉଠିଥିବା ଦେଖା ଯାଇଛି । ଜୁନ୍ ମାସରେ ଦୁହେଁ ବିବାହ କରିବେ ବୋଲି ଖବର ମିଳିଥିବା ବେଳେ ଏ ପର୍ୟ୍ୟନ୍ତ ତାରିଖ ସାମ୍ନାକୁ ଆସି ପାରି ନାହିଁ ।