ସିଡନୀରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଜାରି । ଭାରତ ଆଗରେ ୨୮୯ ରନର ବିଜୟ ଲକ୍ଷ୍ୟ

ଭାରତ ଆଗରେ ୨୮୯ ରନର ବିଜୟ ଲକ୍ଷ୍ୟ

73

କନକ ବ୍ୟୁରୋ : ସିଡନୀରେ ଚାଲିଛି ଭାରତ -ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିଲା ଅଷ୍ଟ୍ରେଲିଆ । ତେବେ ବର୍ତମାନ ସମୟରେ ଭାରତ ଆଗରେ ୨୮୯ ଟାର୍ଗେଟ ରହିଛି । ଅଷ୍ଟ୍ରେଲିଆ ମୋଟ ୨୮୮ ରନ କରିପାରିଛି । ପ୍ରଥମେ କଙ୍ଗାରୁ ଓପନର ଯୋଡି ଫେଲ ମାରିଥିଲେ । ଯାହା ଦଳକୁ ବ୍ୟାକଫୁଟରେ ରଖିଥିଲା । ଆରୋନ ଫିଂଚ ଏବଂ ଆଲେକ୍ସ କାରୀ ସଅଳ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ପରେ ଉସମାନ ଖ୍ୱାଜା ଏବଂ ସନ ମାର୍ସ ପାଳି ସମ୍ଭାଳିଥିଲେ ।

 

ବ୍ୟାଟସମ୍ୟାନ ପିଟର ହାଣ୍ଡସକମ୍ବ ସର୍ବାଧିକ ୭୩ ରନ କରିଥିବା ବେଳେ ସନ ମାର୍ସ ୫୪, ଉସମାନ ଖ୍ୱାଜା ୫୯ ରନ କରିଥିଲେ । ସେହିଭଳି ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଭୁବନେଶ୍ୱର କୁମାର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଏହା ଚଳିତ ବର୍ଷର ଉଭୟ ଦଳ ପାଇଁ ପ୍ରଥମ ପରୀକ୍ଷା । ଚଳିତ ବର୍ଷ ବିଶ୍ୱକପ୍ ହେବାକୁ ଥିବାରୁ ଏହି ଶୃଂଖଳାକୁ ଉଭୟ ଦଳ ବେଶ ଗୁରୁତ୍ୱ ଦେଉଛନ୍ତି । ଆଜିର ମ୍ୟାଚ ଜିତି ମନୋବଳ ଦୃଢ଼ କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ ।