କୁଲଭୂଷଣ ପ୍ରସଙ୍ଗରେ ଜଷ୍ଟିସ କାଟଜୁଙ୍କ ଫେସବୁକ୍ ପୋଷ୍ଟ ନେଇ ଚର୍ଚ୍ଚା ! କହିଲେ, ମାମଲାକୁ ଆଇସିଜେ ନେବା ଭାରତର ବଡ ଭୁଲ

28

କନକ ବ୍ୟୁରୋ : କୁଲଭୂଷଣ ଯାଦବଙ୍କ ଫାଶି ଦଣ୍ଡାଦେଶ ମାମଲାକୁ ଅନ୍ତର୍ଜାତୀୟ କୋର୍ଟକୁ ନେବା ଭାରତର ବଡ ଭୁଲ । ଫେସବୁକରେ ଏପରି ପୋଷ୍ଟ କରିଛନ୍ତି ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ ମାର୍କଣ୍ଡେୟ କାଟଜୁ । କାଟଜୁ ଲେଖିଛନ୍ତି ଭାରତ କେବଳ ଜଣେ ବ୍ୟକ୍ତି ପାଇଁ ଆଇସିଜେକୁ ଯିବା ନିଷ୍ପତି ପାକିସ୍ତାନ ପାଇଁ ସୁବିଧା ସୃଷ୍ଟି କରିବ । ଏଣିକି ସବୁ ସମସ୍ୟା, ଏପରିକି କଶ୍ମୀର ପ୍ରସଙ୍ଗ ମଧ୍ୟ ଅନ୍ତର୍ଜାତୀୟ କୋର୍ଟକୁ ଟାଣିପାରେ ପାକିସ୍ତାନ ।