ମୁସଲିମ୍ ସଂପ୍ରଦାୟକୁ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁଙ୍କ ଚେତାବନୀ ! ବଦଳାଇ ଦିଅନ୍ତୁ ତିନି ତଲାକ୍ ପ୍ରଥା
କନକ ବ୍ୟୁରୋ : ତିନି ତଲାକ୍ ପ୍ରଥା ମୁସଲମାନ ସଂପ୍ରଦାୟ ବଦଳାଇ ଦିଅନ୍ତୁ ନଚେତ୍ ସରକାର ଏହା ଉପରେ କଟକଣା ଲଗାଇବାକୁ ଆଇନ ଆଣି ପାରନ୍ତି । ଏପରି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା ନାଇଡୁ । ଯଦି ମୁସଲମାନ ସଂପ୍ରଦାୟ ଏହି ପ୍ରଥାକୁ ବଦଳାଇବାରେ ବିଫଳ ହୁଅନ୍ତି ତେବେ ସରକାର ବାଧ୍ୟ ହୋଇ ପଦକ୍ଷେପ ନେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
କାରଣ ଏହା କାହାର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ ନୁହେଁ, ବରଂ ମହିଳାଙ୍କ ପାଇଁ ନ୍ୟାୟର ପ୍ରଶ୍ନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ । ହିନ୍ଦୁ ଧର୍ମରେ ମଧ୍ୟ ଅନେକ ଖରାପ ପ୍ରଥାକୁ ଶେଷ କରିବାକୁ ଆଇନ ଅଣାଯାଇଛି । ବାଲ୍ୟବିବାହ, ସତୀଦାହ ପ୍ରଥା ଇତ୍ୟାଦିକୁ ଉଛେଦ ପାଇଁ ସଂସଦରେ ଆଇନ ଅଣାଯାଇଥିବା ଉଦାହରଣ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ ।