ବିଏସପିରେ ମିଶିଲେ ସଗରିଆ: ବହୁଜନ ସମାଜବାଦୀ ପାର୍ଟିରେ ସାମିଲ ହେଲେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ

248

କନକ ବ୍ୟୁରୋ:ବହୁଜନ ସମାଜବାଦୀ ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ । ଲୋୟର ପିଏମଜିରେ ଆୟୋଜିତ ଏକ ଜନସଭାରେ ବିଏସପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି କୃଷ୍ଣ । ବିଏସପିରେ ଯୋଗଦେବା ପରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଅବହେଳା ଓ ବ୍ୟାନର ଚିରିବା ନେଇ ସେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଏବଂ କହିଛନ୍ତି ଯଦି ମାୟାବତୀ ତାଙ୍କୁ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଟିକେଟ ଦିଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠୁ ଲଢ଼ିବେ ତାଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିିବେ ।

 

କିଛି ମାସ ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ କୃଷ୍ଣ । ଆଉ ଗତମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଦଳରୁ ବହିଷ୍କୃତ ହୋଇଥିଲେ । କୃଷ୍ଣଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ବିଏସପିରେ ଯୋଗ ଦେଇଛନ୍ତି । ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରତିନିଧ ିଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।