କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ପରୀକ୍ଷାମୂଳକ ଭାବେ ସଫଳ

35

କନକ ବ୍ୟୁରୋ : ଝଲସିଲା କୋଣାର୍କ । କୋଣାର୍କ ସୂର୍ଯ୍ୟ ମନ୍ଦିରରେ  ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ’ ପରୀକ୍ଷାମୂଳକ ଭାବେ ସଫଳ ହୋଇଛି । ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହ ଲାଇଟ ଆଣ୍ଡ ସାଉଣ୍ଡ ସୋ କାର୍ଯ୍ୟକାରୀ ହେଲେ ହିନ୍ଦି, ଇଂରାଜୀ ଓ ଓଡ଼ିଆ ଭାଷାରେ ପର୍ଯ୍ୟଟକମାନେ ଅର୍କକ୍ଷେତ୍ରର ଐତିହ୍ୟ ସମ୍ପର୍କରେ ଜାଣିପାରିବେ । ଓଡ଼ିଆରେ ବିଜୟ ମହାନ୍ତି, ଇଂରାଜୀରେ କବୀର ବେଦୀ ଓ ହିନ୍ଦୀରେ ଶେଖର ସୁମନଙ୍କ ସ୍ୱର ଶୁଣିବାକୁ ମିଳିବ ।