ଆତଙ୍କବାଦର ଭୂସ୍ୱର୍ଗ ପାଲଟିଛି ପାକିସ୍ତାନ! ଆତଙ୍କବାଦ ପ୍ରୋତ୍ସାହନ ଦେଶ ତାଲିକାରେ ପାକିସ୍ତାନକୁ ସାମିଲ କଲା ଆମେରିକା
ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଦେଶଙ୍କ ତାଲିକାରେ ଆମେରିକା ଆଜି ପାକିସ୍ତାନକୁ ସାମିଲ କରିିଛି ।ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବରରୁ ପ୍ରକାଶ, ଆତଙ୍କବାଦ ସଂକ୍ରାନ୍ତ ବାର୍ଷିକ ରିପୋର୍ଟକୁ ଭିତ୍ତିକରି ବିଦେଶ ବିଭାଗ ପାକିସ୍ତାନକୁ ଏହି ତାଲିକାଭୁକ୍ତ କରିଛି । ଆମେରିକା ବିଦେଶ ବିଭାଗ କହିଛି ଯେ ପାକିସ୍ତାନ ନିଜ ଦେଶରେ ଟିଟିପି ସଙ୍ଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀଙ୍କ ପ୍ରତି ଆଖିବୁଜି ଦେଇଛି । ଲସ୍କର ଓ ଜୈଶ ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନରେ ନିର୍ଭୟ ଆଶ୍ରୟ ପାଇ ଖୁଲମଖୁଲା ଅର୍ଥ ସଂଗ୍ରହ, ତାଲିମ ଆଦି କାର୍ଯ୍ୟକ୍ରମ ଚଳାଇଛନ୍ତି । ଏହା ସେମାନଙ୍କୁ ପ୍ରୋତ୍ସାହନ ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ଅଙ୍ଗୀକାରବଦ୍ଧ ହୋଇଥିବାବେଳେ ସେଠାରେ ଆତଙ୍କ ସୃଷ୍ଟି କରୁଥିବା ଆଫଗାନ ତାଲିବାନ ଓ ହକ୍କାନୀ ଗୋଷ୍ଠୀ ବିରୋଧରେ ଆଖିଦୃଶିଆ ପଦକ୍ଷେପ ନେଇନାହିଁ। ପାକିସ୍ତାନରୁ ଆତଙ୍କବାଦୀମାନେ କଶ୍ମୀରକୁ ଯାଇ କ୍ରମାଗତ ଆତଙ୍କବାଦ ସୃଷ୍ଟି କରୁଛନ୍ତି । ଆଇଏସ୍ ଓ ଅଲ୍ କାଏଦା ଭଳି ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନଙ୍କ ପ୍ରତି ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସିଛି । ଫଳରେ ସେଠାରେ ଏହି ଦୁଇ ସଙ୍ଗଠନର ବହୁ ସଦସ୍ୟ ଗିରଫ ହୋଇଛନ୍ତି। ଲସ୍କରକୁ ପାକିସ୍ତାନ ବେଆଇନ ଘୋଷଣା କରିଥିଲେ ମଧ୍ୟ ଏହାର ଶାଖା ସଙ୍ଗଠନ ଜମାତ-ଉଦ୍-ଦଓ୍ଵା ଓ ଏଫ୍ଆଇଏଫ୍ ଅବାଧ କାର୍ୟ୍ୟକଳାପ ଜାରି ରଖିଛନ୍ତି।
ଆମେରିକା ଦ୍ୱାରା ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ ଲସ୍କର ମୁଖ୍ୟ ହାଫିଜ ସଇଦକୁ ପାକିସ୍ତାନ ଆତଙ୍କବାଦ ବିରୋଧୀ ଆଇନରେ ଗୃହବନ୍ଦୀ କରିରଖିଥିବା କହୁଥିବାବେଳେ ପାକିସ୍ତାନରେ ଏହା ବଡ଼ ର୍ୟାଲି ଆୟୋଜନ କରି ଉତ୍ତେଜନାମୂଳକ ଭାଷଣବାଜି କରୁଛି। ଆତଙ୍କବାଦ ପାଇଁ ଭୂସ୍ୱର୍ଗ ପାଲଟିଥିବା ଦେଶ ତାଲିକାରେ ପାକିସ୍ତାନ ଛଡ଼ା ଆଫ୍ଗାନିସ୍ତାନ, ସୋମାଲିଆ, ଦକ୍ଷିଣ ଫିଲିଫାଇନ୍ସ, ଇଜିପ୍ଟ, ଇରାକ ଲେବାନନ୍, ଲିବ୍ୟା, ୟେମେନ, କଲମ୍ବିଆ ଓ ଭେନେଜୁଆଲା ଆଦି ରହିଛନ୍ତି।