ଟଙ୍କା ରୋଜଗାର ପାଇଁ ନାଗ ସାପକୁ ଚୁମା, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ।ଦେଖନ୍ତୁ ଭିଡ଼ିଓ

419

କନକ ବ୍ୟୁରୋ : ସୋସିଆଲ ମିଡିଆରେ ବୁଲୁଛି ନାଗ ସାପ ଭିଡିଓ । ଯେଉଁ ଭିଡ଼ିଓରେ ନାଗ ସାପଙ୍କୁ ଚୁମା ଦେଉଛନ୍ତି ଯୁବତୀ । ଜୀବନକୁ ବାଜି ଲଗାଇ ଏଭଳି ଭିଡ଼ିଓ ସୁଟିଂ କରାଯାଉଥିବା ବେଳେ ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି ।

ସାପଫଣାରେ ଚୁମା । ଏକଥା ଶୁଣିଲେ ହୁଏତ ଆପଣ ବିଶ୍ୱାସ ନକରିପାରନ୍ତି । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ସାପକୁ ଚୁମା ଦେଉଥିବାର ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଯେଉଁଠି ନାଗ ସାପ ଠାରୁ ସାଧାରଣ ଲୋକ ଦୁରେଇ ରହିଥାନ୍ତି ସେଭଳି ସ୍ଥଳେ ଜୀବନକୁ ବାଜି ଲଗାଇ ସାପ ଫଣାକୁ ଚୁମା ଦେଇ ଏହାର ଭିଡ଼ିଓ ଉତ୍ତୋଳନ କରିଛନ୍ତି କିଛି ଯୁବତୀ ।

ଆଉ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଅପଲୋଡ କରି ଅର୍ଥ ଉର୍ପାଜନ କରୁଛନ୍ତି । ତେବେ ସାପଙ୍କ ସହ ଏଭଳି ବ୍ୟବହାର କରିବା ଉପରେ ଏବେ ପ୍ରଶ୍ନ ଉଠିଛି । ଏଥିରେ ସମ୍ପୃକ୍ତ ଯୁବକ ଯୁବତୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ୱାଇଲଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋକୁ ଚିଠି ଲେଖିଛନ୍ତି ସ୍ନେକ ହେଲପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ସାପକୁ ସଂରକ୍ଷିତ ଘୋଷିତ କରାଯାଇଛି । କିନ୍ତୁ ଏହି ଯୁବତୀମାନେ ଏପରି ଭିଡିଓ ସୁଟିଂ କରିବା ପଛର ଉଦ୍ଦେଶ୍ୟ ଅର୍ଥ ଉପାର୍ଜନ ବୋଲି ଅଭିଯୋଗ ହୋଇଛି ।

ଜୀବନକୁ ବାଜି ଲଗାଇ ଚାଲିଛି ଖେଳ । ସାପକୁ ହାତରେ ଧରି ଚୁମା ଦେବାର ଏହି ଦୃଶ୍ୟ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏବେ ପ୍ରଶ୍ନ ଉଠୁଛି ସାପ ପରି ବନ୍ୟଜନ୍ତୁକୁ ନେଇ ଖେଳ ଖେଳୁଥିବା ଏହି ଯୁବତୀମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପକ୍ଷରେ ଏହି କାମରେ ସମ୍ପୃକ୍ତ ଯୁବକ ଯୁବତୀମାନଙ୍କୁ ଗିରଫ କରିବା ପାଇଁ ୱାଇଲଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋକୁ ଚିଠି ଲେଖିଛନ୍ତି ସ୍ନେକ ହେଲପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଅପେକ୍ଷା କେବେ ଏହି ଯୁବକ ଯୁବତୀଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।