ହାସ୍ୟ ଯୋଗରେ କିସର ରେକର୍ଡ ! ଏକା ସାଙ୍ଗରେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ହେଲେ ସାମିଲ

29

କନକ ବ୍ୟୁରୋ : କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛି । ହାସ୍ୟ ଯୋଗଗୁରୁ ଡକ୍ଟର ମଦନ କଟାରିଆଙ୍କ ସହ କିସର ୧୫ହଜାର ୯୯୧ ଛାତ୍ରଛାତ୍ରୀ ଏକକାଳୀନ ହାସ୍ୟଯୋଗ କରି ପୂର୍ବ ରେକର୍ଡକୁ ଭାଙ୍ଗି ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି । ପୂର୍ବରୁ ୨୦୧୫ରେ ମଧ୍ୟପ୍ରଦେଶର ୧ହଜାର ୧୨୬ଜଣ ଏକକାଳୀନ ହାସ୍ୟଯୋଗ କରି ବିଶ୍ୱ ରେକର୍ଡ କରିଥିଲେ । କିସର ୧୫ହଜାର ୯୯୧ ଛାତ୍ରଛାତ୍ରୀ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ।

ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡର ଭାରତୀୟ ଅଧିକାରୀ ସ୍ୱପ୍ନିଲ ମହେଶ ଡଙ୍ଗରିକର ଉପସ୍ଥିତ ରହି ବିଶ୍ୱର ସର୍ବବୃହତ୍ତ ହାସ୍ୟଯୋଗ ସମାବେଶକୁ ତଦାରଖକୁ କରିବା ସହ ବିଶ୍ୱ ରେକର୍ଡ କରିଥିବା ନେଇ ସାର୍ଟିଫିକେଟ ପ୍ରଦାନ କରିଥିଲେ । ପୂର୍ବରୁ ମଧ୍ୟ କିସ୍ ୨ଟି ବଶ୍ୱ ରେକର୍ଡ ସୃଷ୍ଟି କରିସାରିଛି । ଦୀର୍ଘତମ ମାନବ ଶୃଙ୍ଖଳ ଓ ବୃହତ୍ତମ ମାନବ ବାକ୍ୟ ଗଠନ କରି କିସ୍ ଗିନିଜ୍ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।