ଅନୁଗୁଳ ତଳଗଡ ଗାଁରେ ଜଣେ ବ୍ୟକ୍ତିଙ୍କ ଶୋଇବା ଘର ପାଖରୁ ଉଦ୍ଧାର ହେଲା ୧୪ ଫୁଟର ବିଶାଳ ଅହିରାଜ : ଜଙ୍ଗଲରେ ଛାଡିଲା ବନବିଭାଗ

80

କନକ ବ୍ୟୁରୋ  : ଅନୁଗୁଳ ଜିଲ୍ଲା ସଦର ବ୍ଲକ୍ ତଳଗଡ ଗାଁରୁ ଉଦ୍ଧାର ହୋଇଛି ଏକ ବିଶାଳ ଅହିରାଜ ସାପ । ଏହି ଅହିରାଜ ସାପର ଲମ୍ବ ପ୍ରାୟ ୧୪ ଫୁଟଙ୍କ ହେବ । ଗାଁର ରବି ଦେହୁରୀଙ୍କ ଶୋଇବା ଘର ନିକଟରୁ ଏହି ବିରାଟକାୟ ସାପଟିକୁ ଉଦ୍ଧାର କରାଯାଇଛି । ଏକ ଛୋଟ ଘରେ ତାଙ୍କ ସ୍ତ୍ରୀ ଓ ଝିଅ ସାପଟିକୁ ଦେଖି ଭୟଭୀତ ହୋଇ ପଡିଥିଲେ । ପରେ ସ୍ନେକ୍ ହେଲ୍ପଲାଇନ୍ ସହ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସାପ ଉଦ୍ଧାରକାରୀ ଦଳ ପହଁଚି ଅହିରାଜକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡି ଦେଇଛନ୍ତି ।

ସେପଟେ ଆଜି ସାପ କାମୁଡାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବନ୍ଧସାହିରୁ ଆସିଛି ଏପରି ଦୁଃଖଦ ଖବର । ଗୋଟିଏ ପରିବାରର ଦୁଇ ଭାଇଙ୍କୁ ସାପ କାମୁଡିବାରୁ ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ବେଳେ ଦୁଇ ଭାଇଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।