ବାମ ଗୋଡ ବଦଳରେ ଭୁଲରେ ଡାହାଣ ଗୋଡ ଅପରେସନ କରିଦେଲେ ଡାକ୍ତର । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସକଙ୍କ ଖାମଖିଆଲି କାର୍ଯ୍ୟ

315

କନକ ବ୍ୟୁରୋ: ଅପରେସନ ହେବା କଥା ଗୋଟିଏ ଗୋଡ କିନ୍ତୁ ଡାକ୍ତର କଲେ ଆଉ ଏକ ଗୋଡର ଅପରସେନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଘଟିଛି ଏହି ଅଭାବନୀୟ ଘଟଣା । ଡାକ୍ତର ଓ କର୍ମଚାରୀଙ୍କ ବେପରୁଆ ନୀତି ଯୋଗୁଁ ଜଣେ ମହିଳାଙ୍କ ଭୁଲ ଅସ୍ତ୍ରୋପଚାର ହୋଇଛି ।

ଖଡବିଲ ଗାଁର ମିତାରଣୀ ଜେନା ବାମ ଗୋଡରେ ପାଦରେ ଯନ୍ତ୍ରଣା ଅନୁଭବ ଚିକିତ୍ସା ପାଇଁ ତାଙ୍କ ସ୍ୱାମୀ ତ୍ରିଲୋଚନା ଜେନା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ । ଡାକ୍ତର ତାଙ୍କ ପାଦରେ କ୍ଷତ ଥିବାରୁ ଅପରେସନ କରିବାକୁ କହିଥିଲେ । ତେବେ ଅପରେସନ ବେଳେ ବାମ ବଦଳରେ ଡାହାଣ ଗୋଡରେ ଅପରେସନ କରିଦେଇଥିଲେ ଡାକ୍ତର । ଭୁଲ ଜାଣିବା ପରେ ଡାକ୍ତର ସାଙ୍ଗେ ସାଙ୍ଗେ ବାମ ଗୋଡ ପାଦରେ ବି ଅପରେସନ କରିଥିଲେ ।

ଦୁଇଟି ଯାକ ପାଦରେ ଅପରେସନ ହେବାରୁ ସଂପୃକ୍ତ ରୋଗୀ ଚାଲିପାରୁନାହାନ୍ତି । ଏହି ଭୁଲ ଅପରେସନକୁ ନେଇ ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏ ନେଇ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ।