କେନ୍ଦ୍ରାପଡାର ଡେରାବିଶ ପୋଲିସର ଏନକାଉଣ୍ଟର । ଅପରାଧୀ ସନ୍ତୋଷ ମଲ୍ଲିକ ଗୋଡରେ ବାଜିଛି ଗୁଳି, ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

35

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଆପଣାଇଛି ଏନକାଉଣ୍ଟର ପ୍ରଥା । ଅପରାଧୀମାନଙ୍କୁ ସାବାଡ କରିବା ପାଇଁ ପୋଲିସ ବିଛାଉଛି ଜାଲ । ତେବେ ମିଳିଥିବା ସୂଚନା ଅନୁସାରେ କିଛି ଦିନର ନିରବତା ପରେ ପୁଣି କେନ୍ଦ୍ରାପଡ଼ା ପୁଲିସ କରିଛି ଏନକାଉଣ୍ଟର। ଏଥର ଏନକାଉଣ୍ଟର କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ପୁଲିସ। ଏହି ଏନକାଉଣ୍ଟରରେ ସନ୍ତୋଷ ମଲ୍ଲିକ (୩୬) ନାମକ ଜଣେ ଅପରାଧି ଗୁରୁତର ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ଦେଶପୁରଠାରେ। ଘଟଣାସ୍ଥଳରୁ ପୁଲିସ ପିସ୍ତଲ ଓ ବାଇକ୍ ଜବତ କରିଛି। ସନ୍ତୋଷ ନାମରେ ଡକାୟତି, ହତ୍ୟାକାଣ୍ଡ ସହ ବହୁ ଅପରାଧିକ ମାମଲା ରହିଛି। ତା ନାମରେ ବିଭିନ୍ନ ଥାନରେ ୬୦ରୁ ଊର୍ଦ୍ଧ୍ୱ କେସ୍ ଥିବା ପୁଲିସ ପକ୍ଷରୁ ଜଣାଯାଇଛି। କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ଏହା ୪ର୍ଥ ଏନକାଉଣ୍ଟର ଘଟଣା। ତେବେ ଅନେକ ସମୟରେ କେନ୍ଦ୍ରପଡାରେ ଯେପରି ଭାବରେ ଅପରାଧ ବଢିବାରେ ଲାଗିଛି ତାହାକୁ ଦୃଷ୍ଟିରେ ରଖି ପୋଲିସ ଏପରି କରୁଥିବା ସୂଚନା ମିଳିଛି ।