କେନ୍ଦ୍ରାପଡ଼ା : ଭୂତ କୋଠୀ ପାଲଟିଛି ସିଡ଼ିପିଓଙ୍କ ନବ ନିର୍ମିତ କାର୍ଯ୍ୟାଳୟ

60

କନକ ବ୍ୟୁରୋ : ଭୂତ କୋଠୀ ପାଲଟିଛି ସିଡ଼ିପିଓଙ୍କ ନବ ନିର୍ମିତ କାର୍ଯ୍ୟାଳୟ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ନଇନ୍ଦିପୁରଠାରେ ପାଂଚ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା ସିଡ଼ିପିଓଙ୍କ କାର୍ଯ୍ୟାଳୟ । ୧୮ଟି ପଂଚାୟତର ସୁବିଧା ପାଇଁ ଏହି କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା ।

ହେଲେ କାର୍ଯ୍ୟାଳୟରେ ବିଦ୍ୟୁତ, ପରିମଳ, ପାନୀୟଜଳ ଯୋଗାଣର ବ୍ୟବସ୍ଥା ନାହିଁ । କାର୍ଯ୍ୟାଳୟ ସାମ୍ନାରେ ବଣ ଜଙ୍ଗଲ ମାଡ଼ିଯିବା ସହ ସଂନ୍ଧ୍ୟାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ସିଡ଼ିପିଓଙ୍କ କାର୍ଯ୍ୟାଳୟ । ଯାହା ଦ୍ୱାରା ଲୋକଙ୍କ ସମସ୍ୟା ଦୂର କରିବା କଷ୍ଟକର ହୋଇ ପଡ଼ିଛି । ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି ଖୁବଶୀଘ୍ର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ।