ବବିତା ନା କବିତା : କେନ୍ଦ୍ରାପଡା ବିଜେଡି ବିଧାୟକଙ୍କ ପତ୍ନୀଙ୍କ ନାଁ କଣ? ପୁଣି କାଠଗଡାରେ କିଶୋର

96

କନକ ବ୍ୟୁରୋ : କେନ୍ଦ୍ରାପଡାର ବିଜେଡି ବିଧାୟକ କିଶୋର ତରାଇଙ୍କ ଧର୍ମପତ୍ନୀଙ୍କ ନାଁ କଣ । କବିତା ନାଁ ବବିତା । ଏକ ଦସ୍ତାବିଜ୍ ଅନୁସାରେ ,୨୦୧୪ ନିର୍ବାଚନ ବେଳେ କିଶୋର ତରାଇ ନିର୍ବାଚନ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ । ଯେଉଁଥିରେ ନିଜ ପତ୍ନୀଙ୍କ ସଂପର୍କରେ ଘୋଷଣା କରିଥିଲେ । ପାନ୍ ନମ୍ବର ପୂର୍ବରୁ ଲେଖା ହୋଇଛି କବିତା ତରାଇ । ସତ୍ୟପାଠର ମିଛ ଏବେ ଧରା ପଡିଛି । ପଟ୍ଟାମୁଣ୍ଡାଇରେ କିଶୋର କିଣିଥିବା ଏକ ଜମିର କାଗଜପତ୍ର ଅନୁସାରେ ଦଲିଲରେ ପତ୍ନୀଙ୍କ ନାଁ ଲେଖା ହୋଇଛି ବବିତା ତରାଇ । ପ୍ରଶ୍ନ ଉଠୁଛି କିଶୋର କାହିଁକି ନିଜ ପତ୍ନୀଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ।

ରାଜନୀତିର ଧାର୍ ଧରିବା ପୂର୍ବରୁ କିଶୋରଙ୍କ ପତ୍ନୀ ଆସିଛନ୍ତି ପୁଣି ବିବାଦକୁ । ବବିତାଙ୍କୁ ସମିତି ସଭ୍ୟା କରାଇବାକୁ ବିରୋଧୀ ପ୍ରାର୍ଥୀଙ୍କ ନାମାଙ୍କନକୁ ଚଂଚକତା କରି ପ୍ରତ୍ୟାହାର କରାଯାଇଥିଲା । ଏ ଅଭିଯୋଗକୁ ନେଇ ତୁମ୍ବିତୋଫାନ୍ ହେବା ପରେ ନିର୍ବାଚନ କମିଶନ ତଦନ୍ତ କରି ସତ ଜାଣି ପାରିଥିଲେ । ଆଉ ଏବେ ସାମ୍ନାକୁ ଆସିଛି ପୁଣି ଏକ ବିବାଦ । ଯାହାକୁ ନେଇ ବିରୋଧୀ ବିଧାୟକ ଓ ତାଙ୍କ ଦଳ ବିଜେଡିକୁ କାଠଗଡାରେ ଛିଡା କରିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –