କୌଶଲ୍ୟାଗଙ୍ଗ ଆନ୍ଧ୍ର ବ୍ୟାଙ୍କ ଡ଼କାୟତି ଘଟଣା : ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୁଲିସ

19

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : କୌଶଲ୍ୟାଗଙ୍ଗ ଆନ୍ଧ୍ର ବ୍ୟାଙ୍କ ଡ଼କାୟତି ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ଼। ସେମାନଙ୍କଠାରୁ ୬ ଲକ୍ଷ ୭୦ ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ବେଳେ ୯ଟି ମୋବାଇଲ ୪ଟି ବାଇକ ଓ ୧୧ଟି ବୋମା ଜବତ କରିଛି ପୁଲିସ । ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ଏନେଇ ସୂଚନା ଦେଇଛନ୍ତି ।