କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ‘କର୍ଣ୍ଣାଟକ ନାଟକ’ର ଶୁଣାଣି ହେବ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । କର୍ଣ୍ଣାଟକ ବିଦ୍ରୋହୀ ବିଧାୟକ ଓ ବାଚସ୍ପତିଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଆବେଦନ କରିଥିବା ୧୦ ବିଦ୍ରୋହୀ ବିଧାୟକଙ୍କ ସମେତ ପରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ କରିଥିବା ଅନ୍ୟ ୫ ବିଧାୟକଙ୍କ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ କର୍ଣ୍ଣାଟକ ବାଚସ୍ପତିଙ୍କୁ ସେମାନଙ୍କ ଇସ୍ତଫା ଗହଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବିଦ୍ରୋହୀ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଏବଂ ସେମାନଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କରେ ଆଜି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ୧୨ ତାରିଖରେ ସୁପ୍ରିମକୋର୍ଟ କର୍ଣ୍ଣାଟକ ବାଚସ୍ପତି କେ. ରମେଶ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟପଟେ ବିଧାୟକଙ୍କ ଆବେଦନକୁ ଖାରଜ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାଚସ୍ପତି । ସେପଟେ ଆସନ୍ତା ଗୁରୁବାର ବିଧାନସଭାରେ ନିଜର ବିଶ୍ୱାସର ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ୧୮ ତାରିଖ ଦିନ ୧୧ଟା ବେଳେ ଗୃହରେ ଆସ୍ଥା ଭୋଟ ହେବ ।