ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢିବେନି କରୀନା କପୁର ! କହିଲେ, ରାଜନୀତି ନୁହେଁ ଫୋକସରେ ରହିବ ଫିଲ୍ମ   

146

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବା  ନେଇ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ବଲିଉଡ୍ ଅଭିନେତ୍ରୀ କରୀନା କପୁର । କରୀନା କହିଛନ୍ତି ରାଜନୀତି ନୁହେଁ ବରଂ ତାଙ୍କ ଫୋକସରେ ଫିଲ୍ମ ରହିବ । ଏହା ସହିତ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ କୌଣସି ଦଳ ଅଫର ଦେଇନଥିବା କହିଛନ୍ତି କରୀନା । କରୀନା ମଧ୍ୟପ୍ରଦେଶ ଭୋପାଳରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସର କରୀନା ନିର୍ବାଚନ ଲଢ଼ିବେ ଭୋପାଳର କେତେକ ସ୍ଥାନୀୟ କଂଗ୍ରେସ ନେତା କହିଥିଲେ ।

source-http://navbharattimes.indiatimes.com

କରୀନାଙ୍କୁ ଭୋପାଳରୁ ପ୍ରାର୍ଥୀ କରାଗଲେ ବିଜେପି ପ୍ରାର୍ଥୀଙ୍କୁ ହରାଇବା ସହଜ ହେବ ବୋଲି ସେମାନେ କହିଥିଲେ । ଭୋପାଳରୁ ଜଣେ ବିଜେପି ସାଂସଦଙ୍କୁ ଲଗାତାର ଭାବରେ ନିର୍ବାଚିତ କରାଯାଉଥିବାରୁ ତାଙ୍କୁ ହଟାଇବା ଉଦେଶ୍ୟରେ କରୀନାଙ୍କୁ ପ୍ରାର୍ଥୀ କରିବା ପାଇଁ ଏହି କଂଗ୍ରେସ ନେତାମାନେ ଚାହିଁଛନ୍ତି । ଏନେଇ ଖୁବ୍ ଶୀଘ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେବେ ବୋଲି ସେମାନେ କହିଥିଲେ ।