କପିଲ ମିଶ୍ରାଙ୍କ ଆଉ ଏକ ନୂଆ ଖୁଲାସା ! ଆପ୍ ପାର୍ଟି ଫଣ୍ଡିଙ୍ଗ ପ୍ରସଙ୍ଗରେ ଜାରି କଲେ କେଜ୍ରିୱାଲଙ୍କ ଅପିଲ୍ ଭିଡିଓ

30

କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରାଙ୍କ ଆଉ ଏକ ନୂଆ ଖୁଲାସା । ଆଜି କପିଲ ପ୍ରେସମିଟ୍ କରି ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି ପରଦା ପଛରେ ରହିି କଳା କାରନାମା କରିଛନ୍ତି ଅରବିନ୍ଦ । ନକଲି କମ୍ପାନୀ ମାନେ ଆପ୍ ଦଳକୁ ଟଙ୍କା ଦେଇଛନ୍ତି । ହାୱଲା ଜରିଆରେ ଟଙ୍କା ହଡପ କରିଛନ୍ତି କେଜ୍ରିୱାଲ । ନକଲି କମ୍ପାନୀ ହେଉଛି କେଜ୍ରିୱାଲଙ୍କ ପାଖ ଲୋକଙ୍କର ।

ତିନି ବର୍ଷ ହେଲାଣି କଳା ଟଙ୍କାକୁ ଧଳା କରି ଦେଖାଯାଇଛି । ଦେଶବାସୀଙ୍କୁ ଧୋକା ଦିଆଯାଇଛି । ମହଲା କ୍ଲିନିକ ଜରିଆରେ ଦୁର୍ନୀତି କରାଯାଇଛି । ନିର୍ବାଚନ ଆୟୋଗଙ୍କୁ ଭୁଲ ତଥ୍ୟ ଦେଇଛନ୍ତି କେଜ୍ରିୱାଲ । ଏହି ଦୁର୍ନୀତିରେ ଆପ୍ ଦଳର କେତେକ ବିଧାୟକ ସହଯୋଗ କରିଥିବାର ଅଭିଯୋଗ କରିଛନ୍ତି କପିଲ୍ । ଏହି ପ୍ରେସମିଟ୍ରେ କପିଲ୍ ୨୦୧୩-୨୦୧୪ ର ଆପ ଦଳର ବ୍ୟାଙ୍କ ଆକାଉଂଟ ପାସବୁକର କପି ଦେଖାଇଛନ୍ତିି ।

ଏନେଇ ଆସନ୍ତାକାଲି ଦିନ ୧୧ଟା ୩୦ରେ ସିବିଆଇରେ ଅଭିଯୋଗ କରିବେ ବୋଲି ସେ କହିଛନ୍ତି । ସିବିଆଇକୁ କେଜ୍ରିୱାଲଙ୍କ ଦୁର୍ନୀତି ସମ୍ପର୍କୀତ ହଜାରେ ପୃଷ୍ଠାର ତଥ୍ୟ ପ୍ରଦାନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି କପିଲ୍ । ଆପ ମନ୍ତ୍ରୀଙ୍କ ବିଦେଶ ଗସ୍ତର ସମ୍ପୂର୍ଣ୍ଣ ତଥ୍ୟ ଦାବିରେ କପିଲ ମିଶ୍ରା ପାଂଚ ଦିନ ହେଲାଣି ଦିଲ୍ଲୀରେ ଅନଶନ ଚଳାଇଛନ୍ତି ।