ଇଂଜିନିୟରିଂ ପାଠପଢାରୁ ଆତଙ୍କବାଦୀ ! ଚର୍ଚ୍ଚାରେ ମୁଜାହିଦ୍ଦିନ ଆତଙ୍କୀ କମାଣ୍ଡର ଜାକିର ମୁସା

45

ଏବେ ଚର୍ଚ୍ଚାରେ ଜାକିର ଶସିଦ୍ ଓର୍ଫ କମାଣ୍ଡର ମୁସା । କଶ୍ମୀର ଘାଟିରେ ଇସଲାମି ଜିହାଦୀର ଜଣେ ଚେହେରା । ହୁରିୟାତ ନେତାଙ୍କୁ ଧମକ ଦେବାର ଦିନକ ପରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ କମାଣ୍ଡର ଜାକିର ମୁସା ସଂଗଠନ ଛାଡିଛି । ଗତକାଲି ମୁସା ଏକ ଅଡିଓ ଟେପ୍ ଜାରି କରି ହୁରିୟାତ ନେତାଙ୍କୁ କାଶ୍ମୀର ସଂଘର୍ଷକୁ ରାଜନୈତିକ ଭାବେ ବର୍ଣ୍ଣନା କଲେ ମୁଣ୍ଡକାଟ୍ କରି ଲାଲଚୈାକରେ ଟାଙ୍ଗି ଦିଅ।।ଯିବ ବୋଲି ଧମକ ଦେଇଛି । ଏବେ ସେ ଏକ ଆତଙ୍କ ପାଲଟି ଯାଇଛି ।

ସୂଚନା ଅନୁସାରେ , କମାଣ୍ଡର ମୁସା ଜଣେ ମଧ୍ୟମବର୍ଗୀୟ ପରିବାରର ଯୁବକ ଏବଂ ଏହାର ବୟସ ୨୩ ବର୍ଷ । ଆତଙ୍କବାଦୀଙ୍କ ସହ ହାତ ମିଳାଇବା ପୂର୍ବରୁ ସେ ଚଣ୍ଡିଗଡର ଏକ ବେସରକାରୀ ଇଂଜିନିୟରିଂ କଲେଜରେ ପଢୁଥିଲା । କିନ୍ତୁ ଇଂଜିନିୟରିଂ ପରୀକ୍ଷାରେ ଫେଲ ହୋଇଥିଲା ଏବଂ ଏହାପରେ ସାଜିଛି ସେ ଆତଙ୍କବାଦୀ ।

(ସୈାଜନ୍ୟ : ଟାଇମ୍ସ ଅଫ୍ ଇଣ୍ଡିଆ )