ବେତନଟୀ ଆମ୍ବଯୋଡା ଗାଁରେ ଅମାନବୀୟ କାଣ୍ଡ ! ଅସହାୟ ମହିଳାଙ୍କ ଉପରେ ଗ୍ରାମବାସୀଙ୍କ ଜୁଲମ୍

40

କନକ ବ୍ୟୁରୋ : ଅସହାୟ ମହିଳାଙ୍କ ଉପରେ ଗ୍ରାମବାସୀଙ୍କ ଜୁଲୁମ । ଗାଁ କମିଟି ପ୍ରଜାକୋର୍ଟରେ ମହିଳାଙ୍କୁ ଦଣ୍ଡ । ପରକିୟା ପ୍ରୀତି ଅଭିଯୋଗରେ ଜଣେ ବିଧବା ମହିଳାଙ୍କ ହାତବାନ୍ଧି ତାଙ୍କୁ ଗାଁରେ ବୁଲାଇବା ଓ ଅଶାଳୀନ ବ୍ୟବହାର ସହ ମାରପିଟ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲା ବେତନଟୀ ଥାନା ଆମ୍ବଯୋଡା ଗାଁରେ ।

ଗ୍ରାମବାସୀଙ୍କ ରୋଷର ସୀକାର ହୋଇଛନ୍ତି ଏହି ବିଧବା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ଜଣକ ।ଗତକାଲି ଆମ୍ବଯୋଡା ଗାଁ ଛକରେ ପ୍ରଜାକୋଟ ବସିବ କହି ବିଧବା ମହିଳାଙ୍କୁ ଡାକିନେଇ ଏପରି ନିର୍ଯ୍ୟାତନା ଗାଁ ଲୋକେ ଦେଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଅସହାୟ ଥିବାରୁ ତାଙ୍କୁ ସେହି ଗାଁର ଜଣେ ଆଇନଜୀବୀ ଦେଖାଶୁଣା କରନ୍ତି । ତେବେ ଏହାକୁ ବିରୋଧ କରିଆସନ୍ତି ଗାଁଲୋକେ ।

ଉଭୟ ଆଇନଜୀବୀ ଓ ମହିଳାଙ୍କ ହାତ ଗୋଡ ବାନ୍ଧି, ଦୀର୍ଘ ସମୟ ଧରି ଦୁହିଁଙ୍କୁ ମାଡ ମରାଯାଇଥିବା ସହ ଧମକ ଚମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଂଚି ଦୁହିଁଙ୍କୁ ଉଦ୍ଧାର କରିଥିଲା ।ଏହି ଘଟଣାକୁ ନେଇ ଗାଁରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାରେ ପୁଲିସ ୧୨ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –