ବାହାରେ ଅନ୍ଧାର ଭିତରେ ବେପାର : କଣ ଚାଲିଥିଲା କଲ୍ୟାଣ ଜୁଏଲର୍ସରେ, ମୁହଁ ଖୋଲିଲେ ମ୍ୟାନେଜର

38

କନକ ବ୍ୟୁରୋ : ବୁଧବାର ସମୟ ସଂଧ୍ୟା ୮ଟାରେ ରାଜଧାନୀର ଜନଗହଳିପୂର୍ଣ୍ଣ ବାଣୀବିହାର ଛକରେ ଥିବା ପ୍ରତିଷ୍ଠିତ ଗହଣା ଦୋକାନ କଲ୍ୟାଣ ଜୁଏଲର୍ସରେ ଚାଲିଥିଲା କଣ ? କାହିଁକି ଏକ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ କଲ୍ୟାଣ ଜୁଏଲର୍ସର ସଟର ବନ୍ଦ କରିଦିଆ ଯାଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କ ପାଖକୁ ଖବର ଆସିଥିଲା, ଯେ ୧୨ କୋଟି ଟଙ୍କାର ଡିଲ୍ ଚାଲିଛି । କଳାଟଙ୍କାକୁ ଧଳାରେ ପରିଣତ କରାଯାଉଛି । ଆଉ ଏହି ରହସ୍ୟ ଭିତରେ ରାତି ପ୍ରାୟ ଦଶଟାରେ ଗହଣା ଦୋକାନରୁ ବାହାରିଲେ ସେହି ଗ୍ରାହକ । କଣ ଡିଲ୍ ଚାଲିଥିଲା, କାହିଁକି ଦୋକାନ ବନ୍ଦ କରାଯାଇ ଜଣେ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା । ଏସବୁ ପ୍ରଶ୍ନ ଭିତରେ ଆଜି କଲ୍ୟାଣ ଜୁଏଲର୍ସ ତରଫରୁ ସ୍ପଷ୍ଟିକରଣ ରଖାଯାଇଛି ।

କଲ୍ୟାଣ ଜୁଏଲର୍ସ ବ୍ରାଂଚ ମ୍ୟାନେଜର ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ସେହି ଗ୍ରାହକ ପୂର୍ବରୁ ଆଡଭାନ୍ସ ଦେଇଥିଲେ । ସେଥି ପାଇଁ ତାଙ୍କୁ ସ୍ୱତନ୍ତ୍ର ଭାବେ ସୁଯୋଗ ଦିଆଯାଇଥିଲା । କିନ୍ତୁ କାହିଁକି ସେହି ସମୟରେ ଅନ୍ୟ ସବୁ ଗ୍ରାହକମାନଙ୍କୁ ବାହାର କରାଯାଇ, ଗହଣା ଦୋକାନର ସଟର ବନ୍ଦ କରାଗଲା, ସେନେଇ ତାଙ୍କ ଯୁକ୍ତି ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

୫ ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ମୋଦି ସରକାର ହଠାତ୍ ବନ୍ଦ କରିଦେବା ପରେ ବେଆଇନ ଭାବେ ରଖାଯାଇଥିବା ଟଙ୍କା ଧଳା କରିବାକୁ ଚାରିଆଡେ ଉଦ୍ୟମ ଆରମ୍ଭ ହୋଇଗଲା ଏବଂ ଭୁବନେଶ୍ୱରରେ ସେହି ଦିନ କଲ୍ୟାଲ ଜୁଏଲର୍ସରେ କାରବାର ମଧ୍ୟ ଏକ ସନ୍ଦେହର ପରିଧିକୁ ଆସିଯାଇଥିଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –