ରାୟଗଡାର ବଘୁନା ଡିଭିଜିନାଲରେ ପୁଣି ମାଓବାଦୀଙ୍କ ପୋଷ୍ଟର ଜବତ : ଆସନ୍ତା କାଲିକୁ କଳାଦିବସ ରୂପେ ପାଳନ କରିବା ପାଇଁ ଆହ୍ୱାନ

59

କନକ ବ୍ୟୁରୋ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ପୁଣିଥରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଗୋଟେ ନୁହେଁ କି ଦୁଇଟି ନୁହେଁ ବରଂ ଏକା ବେଳେ ୪ଟି ପୋଷ୍ଟର ଏକା ବେଳେ ଦେଖାଯାଇଛି । ତେବେ ଆସନ୍ତାକାଲିକୁ ଅର୍ଥାତ ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରିବା ପାଇଂ ଏହି ପୋଷ୍ଟରେ ଆହ୍ୱନ ଦିଆଯାଇଛି । ତେବେ ସେହି ପୋଷ୍ଟରେ କୁହାଯାଇଛି ଯେ, ଅମ୍ବାଗୁଡାରେ ନିଜେ ଯବାନମାନେ ବୋମା ଖଞ୍ଜିବା ସହ ନିଜେ ତାହାକୁ ନିଷ୍କ୍ରୟ କରିବା ସହ ଅଯଥାରେ ଏହାକୁ ମାଓବାଦୀମାନେ ଖଞ୍ଜିଥିଲେ ବୋଲି କହିଲେ ।

 

ତେବେ ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବର୍ତ୍ତମାନ ସମୟରେ ବି ଅନେକ ଲୋକ ମୈାଳିକ ସୁବିଧାକରୁ ବଞ୍ଚିତ ହୋଇ ରହିଛନ୍ତି । ତେଣୁ ଆସନ୍ତାକାଲିକୁ କଳାଦିବସ ରୂପେ ପାଳନ କରିବା ପାଇଁ ସେମାନେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ମାଓବାଦୀମାନେ ସହିଦ ସପ୍ତାହ ପାଳନର ଶେଷ ଦିନରେ ଏକ ଟ୍ରକକୁ ଜାଳିଦେବାସହ ଡ୍ରାଇଭରକୁ ଗୁଳିକରି ହତ୍ୟା କରିଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ସାରା ରାଜ୍ୟରେ ଖାସ କରି ନକ୍ସଲ ଉପଦ୍ରବ ଇଲାକାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାଓବାଦୀଙ୍କ ଏପରି ପୋଷ୍ଟର ଜବତ ହେବାପରେ ଜିଲ୍ଲା ପୋଲିସ ଅଧିକ ସତର୍କ ହୋଇଥିବା ଜଣାପଡିଛି ।