କନକ ବ୍ୟୁରୋ : କାହାର କିଛି ଜାଣିବାରେ ଇଚ୍ଛା ଥିଲେ ସେ ସାଙ୍ଗେ ସାଙ୍ଗେ ଗୁଗୁଲରେ ଖୋଜିଦିଏ । ସମସ୍ତ ସୂଚନା ବି ସେଠାରେ ସହଜରେ ମିଳିଯାଏ । ତେବେ ଏକ ତଦନ୍ତରୁ ଜଣାପଡିଛି ଯେ, ଲୋକମାନଙ୍କ ଗତିବିଧି ଉପରେ ନଜର ରଖିଛି ଗୁଗୁଲ । ସେ ସମସ୍ତ କିନ୍ତୁ ଗୁଗୁଲ ସୁରକ୍ଷିତ ଭାବରେ ରଖୁଛି । ଆଣ୍ଡ୍ରୟଡ ଓ ଆଇଫୋନ ବ୍ୟବହାର କରୁଥିବା ଲୋକମାନଙ୍କ ଉପରେ ହୋ ନଜର ରଖିଥିବା ଜଣାପଡିଛି । ଏପରିକି ଯେଉଁମାନେ ଗୁଗୁଲ୍ର ସେବାକୁ ବ୍ୟବହାର କରୁଛନ୍ତି ସେମାନେ ଗୁଗୁଲ ନଜରରୁ ବଞ୍ଚିପାରିବେ ନାହିଁ । ତେବେ ଆଜିକାଲିର ଲୋକମାନେ ବିଭିନ୍ନ ରାସ୍ତାଘାଟ ଖୋଜିବା ପାଇଁ ଗୁଗୁଲମ୍ୟାପ ବ୍ୟବହାର କରୁଛନ୍ତି । ତେଣୁ ଏହାର ମାଧ୍ୟମରେ ଗୁଗୁଲ ସମସ୍ତଙ୍କ ଉପରେ ନଜର ରଖିଛି । ଅନେକ ସମୟରେ ଆପଣଙ୍କ ଲୋକେସନ ଜାଣିବା ପାଇଁ କମ୍ପାନୀ ଅନୁମତି ମାଗିଥାଏ । ତେବେ ଆପଣ ଥରେ ଅନୁମତି ଦେବାପରେ ଆପଣ କେଉଁ ସ୍ଥାନକୁ ଯାଇଥିବେ ତାହାର ଟିକିନିଖି ଖବର ଗୁଗୁଲ ରଖିଥାଏ ବୋଲି ଜଣାପଡିଛି । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରଖାଯାଇଥିବା ଜଣାଯାଏ । ଏହି ସମସ୍ତ ତଥ୍ୟ ଲୋକେସନ ହିଷ୍ଟ୍ରିରେ ଏହା ସେଭ ହୋଇଯାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ବିଷୟରେ ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ବ୍ୟବହାରକାରୀ ‘ଲୋକେସନ ହିଷ୍ଟ୍ରି’କୁ ଟର୍ଣ୍ଣ ଅଫ୍ କରିଦେବା ପରେ ଆମ ପାଖରେ ତାଙ୍କ ପାଖରେ କୈାଣସି ତଥ୍ୟ ରହେ ନାହିଁ । କିନ୍ତୁ ଏକ ଗବେଷଣାରୁ ଜଣାଯ୍ଧଶ ଯେ, ଗୁଗୁଲର ଅନ୍ୟ କିଛି ଆପ ସେହି ସମସ୍ତ ତଥ୍ୟକୁ ସେଭ କରିଦିଏ । ସେଥିପାଇଂ କମ୍ପାନୀ ମଧ୍ୟ କାହା ଅନୁମତି ନିଏ ନାହିଁ ଯାହା କି ବେଆଇନ ବୋଲି ଜଣାପଡିଛି । ତେବେ ଗୁଗୁଲପ୍ରତି ସାରା ବିଶ୍ୱରେ ୨୦୦ କୋଟିରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇଥିବା ଜଣାପଡିଛି । କିନ୍ତୁ ଗୁଗୁଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗ୍ରାହକଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ ଲାଗି ଆମେ ସେମାନଙ୍କ ଲୋକେସନ ଡାଟା ବ୍ୟବହାର କରୁଛୁ । ଗ୍ରାହକମାନେ ଚାହିଁଲେ ସେମାନଙ୍କ ଲୋକେସନ ଡିଲେଟ ମଧ୍ୟ କରିପାରିବେ । ତେବେ ଏହି ଡିଲେଟ କରିବା କାର୍ଯ୍ୟ ବେଶ ଜଟିଳ । କାରଣ ଲୋକମାନଙ୍କୁ ପ୍ରତିଟି ଡାଟା ଗୋଟିଏ ଗୋଟିଏ କରି ଡିଲେଟ କରିବା ପାଇଂ ପଡିବ ଓ ସେଥିପାଇଂ ଅନେକ ସମୟ ଲାଗିବ । ତେଣୁ ଏହାକୁ ସବୁବେଳେ କରିବା ପାଇଂ ଲୋକମାନଙ୍କ ପାଖରେ ଅଧିକ ସମୟ ଲାଗିବ ଯାହାକି ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ।