ଖାଲି ପଡିଛି ୫ ହଜାର ବିଚାରପତି ପଦବୀ : ନିଯୁକ୍ତିକୁ ନେଇ ମୁହାଁମୁହିଁ କେନ୍ଦ୍ର ସରକାର ଓ ପ୍ରଧାନ ବିଚାରପତି

45

କନକ ବ୍ୟୁରୋ : ବିଚାରପତି ନିଯୁକ୍ତିକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଓ ପ୍ରଧାନ ବିଚାରପତି । ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ ଟିଏସ ଠାକୁର କହିଛନ୍ତି ଦେଶର ହାଇକୋର୍ଟରେ ୫ଶହ ବିଚାରପତି ପଦବୀ ଖାଲି ପଡିଛି । କୋର୍ଟ ରୁମ ଫାଙ୍କା ପଡିଥିବା ବେଳେ ବିଚାରପତି ନାହାନ୍ତି । ଆଶା କରାଯାଉଛି ସରକାର ଏ ଦିଗରେ ବିଚାର କରିବେ । ଅଲ ଇଣ୍ଡିଆ କନଫରେନ୍ସ ଅଫ ସେଂଟ୍ରାଲ ଆଡମିନିଷ୍ଟ୍ରେଟିଭରେ ଯୋଗ ଦେଇ ଏହା କହିଛନ୍ତି ଚିଫ ଜଷ୍ଟିସ ଜଷ୍ଟିସ ଠାକୁର ।

ଚଳିତ ବର୍ଷ ବିଚାରପତି ନିଯୁକ୍ତି ହୋଇଛି ହେଲେ ବଡ ସଂଖ୍ୟାରେ ଦିଆଯାଇ ଥିବା ପ୍ରସ୍ତାବ ଶୀତଳ ଭଣ୍ଡାରରେ ପଡିରହିଛି ବୋଲି ଟିଏସ ଠାକୁର କହିଛନ୍ତି । ଏଥିସହ ସେ ଟ୍ରିବ୍ୟୁନାଲ ଅବ୍ୟବସ୍ଥା ଦୋଷ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ଲଦିଛନ୍ତି । ସିଜେଆଇ କହିଛନ୍ତି, ସରକାର ଟ୍ରିବ୍ୟୁନାଲକୁ ସୁବିଧା ଯୋଗାଇ ଦେବାକୁ ଚାହୁଁ ନାହାନ୍ତି । ତେଣୁ ବହୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡିଛି ।

ନିଯୁକ୍ତିକୁ ନେଇ ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସେ କହିଛନ୍ତି, ପ୍ରଧାନ ବିଚାରପତିଙ୍କୁ ସମ୍ମାନ ଜଣାଇ ତାଙ୍କ ମନ୍ତବ୍ୟ ସହ ସେ ଅରାଜି ହେଉଛନ୍ତି । କାରଣ ସରକାର ଚଳିତ ବର୍ଷ ସର୍ବାଧିକ ୧୨୦ ବିଚାରପପତି ନିଯୁକ୍ତି ଦେଇଛନ୍ତି ।

ଅନ୍ୟପଟେ ସିପିଆଇଏମ ନେତା ସୀତାରାମ ୟେଚୁରୀ ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଖାଲିଥିବା ବିଚାରପତି ପଦବୀକୁ ପୂରଣ କରାନଯାଇ ବିଚାର ପ୍ରକ୍ରିୟାକୁ ମଜାକ କରିଦିଆଯାଉଛି । ସରକାର ତୁରନ୍ତ ବିଚାରପତି ନିଯୁକ୍ତି କରି ଲୋକଙ୍କୁ ନ୍ୟାୟ ଦେବା ଉଚିତ ବୋଲି ୟେଚୁରୀ କହିଛନ୍ତି ।