ବୟସ ୩ ପୁରସ୍କାର ୩ ! କୋରାପୁଟର କରିଶ୍ମା

82

କୋରାପୁଟ : ବୟସ ମାତ୍ର ୩ ବର୍ଷ । ଏହି ବୟସରେ ସେ ଜିତିଛନ୍ତି ୩ଟି ଜାତୀୟ ପୁରସ୍କାର । ଖେଳ ଓ ପାଠ ପଡ଼ାରେ ସମସ୍ତଙ୍କଠାରୁ ଆଗରେ । ସ୍ମରଣ ଶକ୍ତି ବି ଆଶ୍ଚଯ୍ୟ କଲାଭଳି । ଏହି ବିସ୍ମୟ ବାଳକ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଳା ସୁନାବେଡ଼ାର ସାଇ ଅନିଶ ପଟ୍ଟନାୟକ । ଯେଉଁ ବୟସର ଅନେକ ପିଲା ଠିକରେ କଥା କହି ପାରୁ ନଥିଲା ବେଳେ ସାଇ ଅନିଶ ବିଶ୍ୱର ବିଭିନ୍ନ କାର୍ ମଡ଼େଲ ସମ୍ପର୍କରେ ସୂଚନା ଦେଇ ସେ ଏଭଳି ପୁରସ୍କାର ପାଇଛନ୍ତି । ଜିତିଛନ୍ତି ଇଣ୍ଡିଆନ୍ ୱାର୍ଲଡ଼ ରେକର୍ଡ଼, ୱାର୍ଲଡ଼ ରେକର୍ଡ଼ସ ଅଫ ଇଣ୍ଡିଆ, ଇନକ୍ରେଡ଼ିବଲ ବୁକ ଅଫ ରେକର୍ଡ଼ସ । ସାରା ବିଶ୍ୱର ୬୦ ରୁ ଅଧିକ କାର୍ ମଡ଼େଲ ସମ୍ପର୍କରେ ନିର୍ଭୁଲ ସୂଚନା ଦେଇ ସେ ପାଲଟି ଯାଇଛନ୍ତି ଜଣେ ବିସ୍ମୟ ଶିଶୁ ।