ପୁଣି ସାମ୍ବାଦିକଙ୍କୁ ହତ୍ୟା ! ପଂଜାବ ମୋହାଲି ବାସଭବନରେ ମିଳିଲା ଇଣ୍ଡିଆନ୍ ଏକ୍ସପ୍ରେସର ପୂର୍ବ ସଂପାଦକ କେ ଜେ ସିଂହଙ୍କ ମୃତଦେହ

29

କନକ ବ୍ୟୁରୋ : ପୁଣି ଆଉ ଜଣେ ସାମ୍ବାଦିକ ଓ ତାଙ୍କ ମାଙ୍କୁ ହତ୍ୟା ସନ୍ଦେହ । ପଞ୍ଜାବ ମୋହାଲିରେ ବରିଷ୍ଠ ସାମ୍ବାଦିକ କେ.ଜେ. ସିଂହ ଓ ତାଙ୍କ ମାଆ ଗୁରଚରଣ କୌରଙ୍କ ମୃତଦେହ ମୋହାଲି ସ୍ଥିତ ବାସଭବନରୁ ଉଦ୍ଧାର କରିଛି ପୁଲିସ୍ । ଇଂରାଜୀ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ପୂର୍ବତନ ସମାଚାର ସମ୍ପାଦକ ଥିଲେ କେ.ଜେ. ସିଂହ । ତାଙ୍କ ମାଆ ଗୁରଚରଣ ୯୨ ବର୍ଷର ଥିଲେ । ମୃତ କେ.ଜେ. ସିଂହ ଓ ତାଙ୍କ ମାଆଙ୍କ ଗଳାରେ କଟା ଦାଗ ରହିଥିବା ସୂଚନା ଦେଇଛନ୍ତି ମୋହାଲିର ଡିସିପି । ଅପରାଧୀଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଚଳାଇଛି । ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂହ ବାଦଲ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ।