ଜିଓକୁ ଟକ୍କର ଦେବ ବିଏସଏନଏଲ୍ : ଶସ୍ତା ହେବ ପ୍ଲାନ୍, ନୂଆ ବର୍ଷରୁ ମାଗଣା ଭଏସ୍ କଲ୍ ସେବା

29

କନକ ବ୍ୟୁରୋ : ଜିଓ ଠାରୁ ଆକର୍ଷଣୀୟ ଦରରେ ଡାଟା ସେବା ଓ ମାଗଣାରେ ଭଏସ୍ କଲ୍ ଯୋଗାଇଦେବ ବିଏସଏନଏଲ୍ । ଜିଓଠାରୁ ଶସ୍ତା ପ୍ଲାନ୍ ଆଣିବାକୁ ଯୋଜନା କରୁଛି ବିଏସଏନଏଲ୍ । ଫଳରେ ମୋବାଇଲ ଶିଳ୍ପରେ ନିଶ୍ଚିତ ରୂପେ ଟାରିଫକୁ ନେଇ କଂପାନିଗୁଡିକ ଭିତରେ ଲଢେଇ ଆରମ୍ଭ ହୋଇଯିବ । ଏହାର ଫାଇଦା ଗ୍ରାହକ ମାନେ ପାଇବେ।

ବିଏସଏନଏଲ୍ ଯୋଜନା ଅନୁସାରେ ଏହା ଗ୍ରାହକମାନଙ୍କୁ ମାଗଣାରେ ଭଏସ୍ କଲ୍ ପ୍ରଦାନ କରିବ । କଂପାନୀ ଏହାର ଟୁଜି ଓ ଥ୍ରୀଜି ଗ୍ରାହକଙ୍କୁ ମଧ୍ୟ ମାଗଣାରେ ଭଏସ କଲର ସୁବିଧା ନେବାର ସୁଯୋଗ ପ୍ରଦାନ କରିବ। ଆସନ୍ତା ନୂଆବର୍ଷଠାରୁ ଲାଇଫଟାଇମ ଭଏସ କଲ ସେବା ଯୋଗାଇଦେବାକୁ ଯୋଜନା ରଖିଥିବା କଂପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅନୁପମ ଶ୍ରୀବାସ୍ତବ କହିଛନ୍ତି ।

ଏହା ଜିଓଠାରୁ ବହୁତ କମ ଦରରେ ମିଳିବ । ଏଭଳିକି ମାତ୍ର ୨-୪ ଟଙ୍କା ଗ୍ରାହକଙ୍କୁ ଏଥିପାଇଁ ଦେବାକୁ ପଡିବ । ଜିଓର ପ୍ରବେଶ ଟାରିଫ ମୂଲ୍ୟ ୧୪୯ ଟଙ୍କା ରହିଛି । ମାତ୍ର ବିଏସଏନଏଲ୍ ଏହା ଠାରୁ ବହୁ ଶସ୍ତାରେ ଯୋଗାଇଦେବ ବୋଲି କଂପାନୀର ଅଧ୍ୟକ୍ଷ କହିଛନ୍ତି।