ମାଲକାନଗିରିରେ ଜାପାନୀଜ୍ ଏନସେଫାଲିଟିସ୍ ଆତଙ୍କ : ସପ୍ତାହ ଭିତରେ ଗଲାଣି ୫ ଶିଶୁଙ୍କ ଜୀବନ

15

ମାଲକାନିଗିରି : ମାଲକାନିଗିରି ଜିଲ୍ଲାରେ ଜାପାନୀଜ୍ ଏନସେଫାଲାଟିସ ଆତଙ୍କ । ପାଲକୋଣ୍ଡା ଗାଁରେ ୭ ଦିନରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ରୋଗରେ ବର୍ତମାନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ୧୪ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯିବ । ଅନେକ ଶିଶୁ ମଧ୍ୟ ମାଲକାନିଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପ୍ରତିବର୍ଷ ମାଲକାନିଗିରି ଜିଲ୍ଲାରେ ଜାପାନୀଜ ଏନସେଫାଲାଟିସ ରୋଗରେ ୨୦ରୁ ୩୦ ଶିଶୁଙ୍କ ମୃତ୍ୟୁ ହେଉଛି।