ସମ୍ବଲପୁର : ଶାନ୍ତି ଭଙ୍ଗ ଆଶଙ୍କାରେ ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର ଗିରଫ

25

କନକ ବ୍ୟୁରୋ : ଖଣ୍ଡା ଧରିବା ପୂର୍ବରୁ ଆଗୁଆ ଗିରଫ ହେଲେ ସମ୍ବଲପୁରର ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ।  ହନୁମାନ ଜୟନ୍ତୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୁଲିସ ଆଗୁଆ ଏହି ପଦକ୍ଷେପ ନେଇଛି । ହନୁମାନ ଜୟନ୍ତୀରେ ଶାନ୍ତି ଭଙ୍ଗ କରିବାର ଆଶଙ୍କା କରି ଜୟନାରାୟଣଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ସହ ନାଉରି ନାୟକ ଓ ଅନୀଲ ବେହେରାଙ୍କୁ  ମଧ୍ୟ ଗିରଫ କରିଛି ପୁଲିସ୍ ।

ସହରରୁ ମୋଟ୍ ୧୦୭ ଜଣଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ଅଟକ ରଖିଛି । ଜୟନାରାୟଣଙ୍କ ଗିରଫ ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାସ୍ତାରେ ଶୋଇଥିଲେ । ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇବାକୁ ନେଇ ସମ୍ବଲପୁରରେ ପୂର୍ବରୁ ବିବାଦ ହୋଇଛି । ତେବେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ ୩୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।