ବାଲି ମାଫିଆଙ୍କ ଦୌରାତ୍ମ୍ୟ : ଦଲାଲ ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ବେଧଡକ ଭାବେ ଚାଲିଛି ବାଲି ଚୋରାଚାଲାଣ

34

କନକ ବ୍ୟୁରୋ : ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଚାଂୟତବାସୀଙ୍କ ଦୁର୍ବ୍ଦଶା କହିଲେ ନସରେ । ମୁକୁନ୍ଦପୁର ସହ ଆଖ ପାଖ ୩/୪ଟି ପଚାଂୟତର ୧୫ହଜାରରୁ ଉର୍ଦ୍ଧ୍ୱ ଲୋକକଙ୍କର ମୁଖ୍ୟ ରାସ୍ତା ବରୁଣ୍ଡାଇ ମଥୁରାପୁର ରାସ୍ତା ଅବସ୍ଥା ଦୟନୀୟ । ଓଭରଲୋଡିଂ ବାଲିଗାଡି ବୋହିବା ଯୋଗୁ ରାସ୍ତାର ଅବସ୍ଥା ଏଭଳି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ବାଲି ଚୋରା କାରବାର ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ତୁରନ୍ତ ବନ୍ଦ କରିବାକୁ ପ୍ରଶାସନକୁ କହିଛନ୍ତି କୋରେଇ ବିଧାୟକ ।

ଦିନ ଦ୍ୱିପ୍ରହରେ ନଦୀପଠାରୁ ବେଧଡକ ଭାବେ ଚାଲାଣ ହେଉଛି ଗାଡ଼ି ଗାଡ଼ି ବାଲି । ପ୍ରଶାସନର ଆଖି ଆଗରେ ଶହଶହ ଟ୍ରକ,ଡମ୍ଫର, ଟିପର ଓ ଟ୍ରାକ୍ଟର ଲଗାଇ ଓଭର ଲୋଡିଂକରି ବାଲି ଚାଲାଣ ହେଉଛି । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଏହି ଚୋରା ଚାଲାଣ । ଆଉ ଏପଟେ ଏହି ଓଭର ଲୋଡିଂ ବାଲିଗାଡ଼ି ରାସ୍ତାରେ ଯିବା ଯୋଗୁ ରାସ୍ତା ଫାଟି ଆଁ କରିବା ସହ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି । ଫଳରେ ଅତ୍ୟନ୍ତ ବିପଦ ଜନକ ଭାବେ ଯାତ୍ରୀବାହୀ ଗାଡି ଓ ପଥଚାରି ଯା’ଆସ କରୁଛନ୍ତି ।

ଗତ କିଛିମାସ ତଳେ ଗ୍ରାମବାସୀଙ୍କ ଅଭିଯୋଗ ଯୋଗୁଁ ବାଲିଘାଟର ଲିଜ୍ ବାତିଲ କରିଥିଲା ପ୍ରଶାସନ । କିନ୍ତୁ ମାଫିଆ ଓ ପ୍ରଶାସନ ମଧୁଚନ୍ଦ୍ରିକା ଯୋଗୁ ଦୈନିକ ଶହଶହ ସଂଖ୍ୟାରେ ଓଭର ଲୋଡିଂ ବାଲି ଗାଡି ଚୋରା ଚାଲାଣ ହେଉଛି । ଆଉ ବାଲିବୁହା ଯୋଗୁଁ ମୁକୁନ୍ଦପୁର ସମେତ ଆଖପାଖ ଅଚଂଳରେ ୧୫ହଜାରରୁ ଉର୍ଦ୍ଧ ଲୋକଙ୍କର ଲାଇଫ ଲାଇନ କୁହାଯାଉଥିବା ବରୁଣ୍ଡାଇ ମଥୁରାପୁର ରାସ୍ତାଟି ଏବେ ଅତ୍ୟନ୍ତ ବିପଦ ଜନକ ହୋଇପଡିଛି । ତେବେ ବାଲି ଚୋରା ଚାଲାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ । ତେବେ କେତେଶୀଘ୍ର ବିଧାୟକଙ୍କ ପ୍ରତିଶୃତି କାର୍ଯ୍ୟକାରୀ ହେଉଛି ଓ ମୁକୁନ୍ଦପୁର ପଚାଂୟତବାସୀ ଏହାର ସୁଫଳ ପାଉଛନ୍ତି ଦେଖିବାକୁ ବାକି ରହିଲା ।

ଦେଖନ୍ତୁ ଏହି ଭିଡିଓ –