ନାବାଳକକୁ ଲଣ୍ଡା କରି ଜେଲ ଗଲେ ଦୋକାନୀ : ଚୋରି ଅଭିଯୋଗରେ ୩ଜଣଙ୍କୁ ମାଡ଼ ମାରିବା ସହ ଲଣ୍ଡା କରିଥିଲେ ଅଭିଯୁକ୍ତ

31

କନକ ବ୍ୟୁରୋ : ଚୋରି କରିବା ଅଭିଯୋଗରେ ତିନି ନାବାଳକଙ୍କୁ ଲଣ୍ଡା କରି ଜେଲ ଗଲେ ୨ଯୁବକ । କେନ୍ଦୁଝର ବଡବିଲ୍ ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ନାବାଳକଙ୍କୁ ଲଣ୍ଡା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେନ୍ଦୁଝର ଏସପି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ନିଜ ଆଡୁ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସ ମାମଲା ରୁଜୁ କରିବା ସହିତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଗତ ୫ତାରିଖ ଦିନ ବଡବିଲ୍ ବାଇପାଶ୍ ଛକରେ ଥିବା ଶିବ ତେଜରାତୀ ଦୋକାନକୁ ୩ଜଣ ନାବାଳକ ଯାଇଥିଲେ । ପରେ ଦୋକାନୀ ସୁବୋଧ ଏବଂ ତାଙ୍କ ସହଯୋଗୀ ରୋହିତ ସେହି ନାବାଳକମାନଙ୍କୁ ଧରି ଦୋକାନରୁ ଚୋରି କରୁଥିବା ଅଭିଯୋଗରେ ଲଣ୍ଡା କରିଥିଲେ । ସେହି ସମୟରେ ଦୃଶ୍ୟକୁ କେହି ସୋସିଆଲ ମିଡିଆରେ ଛାଡିଦେବାରୁ ସେହି ଭିଡ଼ିଓ ଭାଇରାଲ ହୋଇଛି ।