କେଉଁଠୁ ଆସିଲା ୧୭ ଲକ୍ଷ ! ସମ୍ବଲପୁର ଜେଲରୁ ମିଳିଲା ପୁଳା ପୁଳା ଟଙ୍କା

19

କନକ ବ୍ୟୁରୋ : ବିଭିନ୍ନ ଅଭିଯୋଗ ଆଧାରରେ ଆଜି ରାଜ୍ୟର ବିଭିନ୍ନ ଜେଲ ଉପରେ ଚଢ଼ାଉ ହୋଇଛି । ସମ୍ବଲପୁର ଜେଲରେ ଚଢ଼ାଉ ବେଳେ ଜେଲରଙ୍କ ଚ୍ୟାମ୍ବରରୁ ମିଳିଛି ପୁଳାପୁଳା ଟଙ୍କା । ସମ୍ବଲପୁର ମଣ୍ଡଳ କାରାଗାରରେ ଚଢାଉ ବେଳେ ଜେଲର ସୁଶାନ୍ତ ରାଉତଙ୍କ ଚାମ୍ବରରୁ ୧୬ ଲକ୍ଷ ୧୭ ହଜାର ୮୭୦ ଟଙ୍କା ଜବତ ହୋଇଛି । ଏହାସହ ୯ଟି ମୋବାଇଲ ଓ ବିପୁଳ ମାଦକ ଦ୍ରବ୍ୟ ଜବତ କରିଛି ପୁଲିସ୍ ।

ସେହିପରି ଭୁବନେଶ୍ୱର ଝାରପଡା ଜେଲରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଜେଲ ଭିତରୁ ବହୁ ସାମଗ୍ରୀ ଜବତ କରିଛି ପୁଲିସ୍ । କେନ୍ଦ୍ରୀୟ କାରାଗର ଚୌଦ୍ୱାର ଜେଲରେ ମଧ୍ୟ ଚଢ଼ାଇ କରିଛି ପୁଲିସ୍ । ଜେଲ୍ ଭିତରୁ ଗୋଟିଏ ଏଲଇଡି ଟିଭି, ୧୦ ହଜାର ଟଙ୍କା ଓ ବହୁ ମାଦକ ଦ୍ରବ୍ୟ ଜବତ କରିଛି ପୁଲିସ୍ । ଏହା ସହିତ ବ୍ରହ୍ମପୁର ଜେଲ,ବାଲେଶ୍ୱର ଜେଲ, କେନ୍ଦୁଝର ଜେଲରେ ରେଡ ହୋଇଛି । ଭୁବନେଶ୍ୱର ଓ କଟକ ଡିସିପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି ।